Advertisment

କନ୍ଧମାଳରେ ମାଓବାଦୀ-ଏସ୍‌ଓଜି ମଧ୍ୟରେ ଗୁଳିବିନିମୟ, ବିସ୍ଫୋରକ ଜବତ

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ଗାଁ ନିକଟରେ ଏକ ମାଓକ୍ୟାମ୍ପରେ ଆଜି ଏସ୍‌ଓଜି ଯବାନମାନେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏ ନେଇ ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଲଙ୍କାଗଡ଼ ପଞ୍ଚାୟତର ପାହାଡ଼ ଉପରେ ଏକ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ଗତକାଲି ରାତିରେ ଏସ୍‌ଓଜି ଯବାନମାନେ ଅପରେସନ ଆରମ୍ଭ କରିଥିଲେ। […]

କନ୍ଧମାଳରେ ମାଓବାଦୀ-ଏସ୍‌ଓଜି ମଧ୍ୟରେ ଗୁଳିବିନିମୟ, ବିସ୍ଫୋରକ ଜବତ

amitavthakur

Advertisment

amitavthakurବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ଗାଁ ନିକଟରେ ଏକ ମାଓକ୍ୟାମ୍ପରେ ଆଜି ଏସ୍‌ଓଜି ଯବାନମାନେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏ ନେଇ ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି,“ଲଙ୍କାଗଡ଼ ପଞ୍ଚାୟତର ପାହାଡ଼ ଉପରେ ଏକ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ଗତକାଲି ରାତିରେ ଏସ୍‌ଓଜି ଯବାନମାନେ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାସହ ପଡ଼ୋଶୀ ଜିଲ୍ଲା ସହ ଯୋଗାଯୋଗ କରାଯାଇଛି।”

ଆଇଜି କହିଛନ୍ତି,“କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀ ଥିଲେ ବୋଲି ଅନୁମାନ କରାଯାଉଛି। ସେଠାରୁ କିଛି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। କିଛି ପୁରୁଣା ନୋଟ ମଧ୍ୟ ମିଳିଛି। ଏହାସହ ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି।”

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe