kanika-image
ଆବଶ୍ୟକ ସାମଗ୍ରୀ:
ବାସୁମତି ଚାଉଳ, ଚିନି, ଡାଲଚିନି, ଲବଙ୍ଗ, ଜାଇଫଳ ଗୁଣ୍ଡ, କିସମିସ, ଅଳେଇଚ, ବୁଟଡାଲି, ତେଜପତ୍ର, ଘିଅ, ଲୁଣ, ଗୁଜୁରାତି
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚୁଲିରେ ପାତେରଟିଏ ବସାଇ ପାଣି ଦିଅନ୍ତୁ। ପାଣି ଗରମ ହୋଇ ଆସିଲେ ଅଳ୍ପ ଡାଲ୍ଚିନିକୁ ବାଟି ଏଇ ପାଣିରେ ପକାନ୍ତୁ। ଡାଲଚିନି ପୁରା ବାଟି ହେଲେ ବି ଭଲ ହେବ। ଅଳେଇଚ, ଗୁଜୁରାତି ଅଳ୍ପ ଛେଚି ପକାନ୍ତୁ। ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ। ପାଣି ଫୁଟି ଆସିଲେ ଏଥିରେ ଚାଉଳ ଓ ବୁଟଡାଲିକୁ ଏକାଠି ଧୋଇ ପକାନ୍ତୁ। ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ। ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ। ଅଳ୍ପ ଘିଅ ପକାନ୍ତୁ। କାନିକା ହୋଇ ଆସିଲେ ଆଉଥରେ ଅଳ୍ପ ଡାଲ୍ଚିନିକୁ ଗୁଣ୍ଡକରି ପକାନ୍ତୁ। ବାକି ଘିଅକୁ ମଧ୍ୟ ପକାଇ ଗୋଳେଇ ଦେଖନ୍ତୁ। କାନିକା ହୋଇ ଯାଇଥିବ। ବର୍ତତମାନ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ କାନିକା। ଏହାକୁ ଆପଣ ପୂଜା ପାର୍ବଣ ଦିନରେ ବନାଇ ଖାଇପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/01/kanika-image.jpg)