brasha
ଥିରୁଅନନ୍ତପୁରମ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଚଳିତବର୍ଷ ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ସାଧାରଣତଃ ଜୁନ୍ ପହିଲାରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରେ। ତେବେ ଚଳିତ ବର୍ଷ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି।
ରାଜ୍ୟର ଅନେକ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଇଦୁକ୍କି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ପ୍ରଭାବରେ ପଥର ଓ ମାଟି ଅତଡ଼ା ତାଙ୍କ ଘର ଉପରେ ପଡ଼ି ଯାଇଥିଲା। ପାହାଡ଼ିଆ ରାସ୍ତାରେ ରାତିରେ ଚଳପ୍ରଚଳ ନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ମୌସୁମୀ ବାୟୁ ଜୁନ୍ ୯ ତାରିଖରେ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ସେହିପରି ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଜୁନ ଦ୍ୱିତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ମୌସୁମୀ ଆଗମନକୁ ଦେଖି ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ୧୧୬ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ବନ୍ୟା ପରିସ୍ଥିତି ଆଶଙ୍କା ରହିଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟୋର ପାଳନ କରାଯିବ ବୋଲି ଅଗ୍ନିଶମ ବିଭାଗ ଡିଜି ବିନୟ କୁମାର ବେହେରା କହିଛନ୍ତି।
ରାଜ୍ୟର ୨୯୨ଟି ଅଗ୍ନିଶମ କେନ୍ଦ୍ର ସହ ୫୬୦୦ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୨୫ ପାୱାର ବୋଟ, ୪୮୯ ଟାୱାର ଲାଇଟ୍, ୬୭୨ଟି କଟର ପ୍ରସ୍ତୁତ ରଖାଯାଇଥିବା ଡିଜି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/vlcsnap-2015-09-14-11h39m01s221.png)