Advertisment

କଟକ: ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପିଣ୍ଟା ଗିରଫ

କଟକ: ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶୁଭେନ୍ଦୁ ଦାସ ଓରଫ ପିଣ୍ଟାକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ୍। ପିଣ୍ଟା ହେଉଛି ଗିରଫ ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କ ଗ୍ୟାଙ୍ଗର ଅନ୍ୟତମ ସକ୍ରିୟ ସଦସ୍ୟ। ସେ ଗ୍ୟାଙ୍ଗର ସାର୍ପସୁଟର ଭାବେ କାର୍ଯ୍ୟ କରୁ ଥିଲା। ସେ ଦୀର୍ଘ ଦିନ ହେବ ଫେରାର ରହିଥିଲା। ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ପିଣ୍ଟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେ ଏ ଦୁହିଁଙ୍କୁ ଅପହରଣ କରିବାଠାରୁ […]

ଅଦ୍ୟତନ ହୋଇଛି
କଟକ: ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପିଣ୍ଟା ଗିରଫ

deepu-om

Advertisment

[caption id="attachment_69245" align="alignleft" width="150"]deepu-omମୃତ ଦୀପୁ ଓ ପିଣ୍ଟା[/caption]

Advertisment

କଟକ: ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶୁଭେନ୍ଦୁ ଦାସ ଓରଫ ପିଣ୍ଟାକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ୍। ପିଣ୍ଟା ହେଉଛି ଗିରଫ ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କ ଗ୍ୟାଙ୍ଗର ଅନ୍ୟତମ ସକ୍ରିୟ ସଦସ୍ୟ। ସେ ଗ୍ୟାଙ୍ଗର ସାର୍ପସୁଟର ଭାବେ କାର୍ଯ୍ୟ କରୁ ଥିଲା। ସେ ଦୀର୍ଘ ଦିନ ହେବ ଫେରାର ରହିଥିଲା। ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ପିଣ୍ଟା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେ ଏ ଦୁହିଁଙ୍କୁ ଅପହରଣ କରିବାଠାରୁ ଆରମ୍ଭ କରି ହତ୍ୟା କରାଯିବା ପର୍ଯ୍ୟନ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ଉପସ୍ଥିତ ଥିଲା।

ପିଣ୍ଟା ନାଁରେ କଟକର ବିଡ଼ାନାସୀ ଓ ମଙ୍ଗଳବାଗ ଥାନାରେ ଏକାଧିକ ମାମଲା ରହିଛି। ଦାଦାବଟି, ଗୁଳିମାଡ଼ ଓ ବୋମା ବିସ୍ଫୋରଣ ଆଦି ଅନେକ ସଙ୍ଗୀନ ଅଭିଯୋଗ ରହିଛି ତା’ ନାଁରେ। ତେବେ ତା’ ନାଁରେ ପୂର୍ବରୁ କୌଣସି ହତ୍ୟା ମାମଲା ନ ଥିଲା। ଦୀପୁ ଓ ଓମ୍ ହତ୍ୟାକାଣ୍ଡ ନେଇ ତା’ ନାଁରେ ପ୍ରଥମ ହତ୍ୟା ମାମଲା ରୁଜୁ ହୋଇଛି।

Advertisment

ସେହିପରି କେବଳ ଦୀପୁ, ଡମ୍‌ କି ଫାରୁକ ନୁହେଁ ଆହୁରି ବହୁତ ଲୋକ ଧଳସାମନ୍ତଙ୍କ ଶିକାର ହୋଇଛନ୍ତି। ୨୦୧୨ରେ କଟକ କିଶୋରନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ସାଗର ପଣ୍ଡା ହତ୍ୟା ମାମଲାରେ ମଧ୍ୟ ଡି’ ବ୍ରଦର୍ସଙ୍କ ହାତଥିବା ଜଣାପଡିଛି।

କଟକ ଡିସିପି ସଂଜୀବ ଆରୋରା କହିଛନ୍ତି ଯେ ଓମ୍ ଓ ଦୀପୁ ହତ୍ୟା ମାମଲାରେ ଧଳସାମନ୍ତ ଭ୍ରାତାଙ୍କୁ ମିଶାଇ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଆଉ କିଛି ଫେରାର ଅଛନ୍ତି। ସେହି ଫେରାରଙ୍କ ମଧ୍ୟରେ ପିଣ୍ଟା ମଧ୍ୟ ଥିଲା। ଏକ ସୂତ୍ରରୁ ସୂଚନା ପାଇବା ପରେ ପୋଲିସ୍‌ ଆଜି ତାକୁ ଗିରଫ କରିଛି।

ଡିସିପିଙ୍କ କହିବା ଅନୁଯାୟୀ ଗିରଫ ପିଣ୍ଟା କହିଛି ଯେ ସେ ଗତ ୫ ବର୍ଷ ହେଲାଣି ଡି’ବ୍ରଦର୍ସଙ୍କ ସହିତ କାର୍ଯ୍ୟ କରୁଥିଲା। ୨୦୧୩ରେ ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ସେ ପୂରାପୂରି ସଂପୃକ୍ତ ଥିଲା।

ଧଳସାମନ୍ତ ଭ୍ରାତାଙ୍କୁ ଜେରା ବେଳେ ଦୀପୁ ଓ ଓମ୍ ହତ୍ୟାକାଣ୍ଡର ଗୁମର ଫିଟିଥିଲା। ଏହା ପରଠାରୁ ଏହି ଦୁଇ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ସମସ୍ତ ସଦସ୍ୟଙ୍କୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe