Advertisment

ଘରେ ପ୍ରସ୍ତୁତ କରନ୍ତୁ ଖଜୁରୀ ହାଲୁଆ, ଥଣ୍ଡା ଦିନରେ ଶରୀର ରହିବ ଗରମ

ଶୀତ ଋତୁରେ ପ୍ରାୟତଃ ସମସ୍ତେ ଗରମ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଏହାସହିତ ଯେଉଁ ଖାଦ୍ୟ ଖାଇଲେ ଫିଟ୍ ରହିବା ଏହାକୁ ମଧ୍ୟ ଆମେ ଗୁରୁତ୍ୱ ଦେଇଥାଉ। ଆପଣମାନେ ଜାଣିଥିବେ ଶରୀର ପାଇଁ ଖୁଜରୀ ବେଶ୍ ଲାଭଦାୟକ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଖଜୁରୀ ହାଲୁଆ ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ। ଯାହାକି ସ୍ୱାଦିଷ୍ଟ ହେବା ସହ ଶରୀରକୁ ସୁସ୍ଥ ରଖିଥାଏ। ଆସନ୍ତୁ ଜାଣିବା କିପରି କରିବା ଖଜୁରୀ ହାଲୁଆ । ସାମଗ୍ରୀ ଖଜୁରୀ, ନଡ଼ିଆ କୁରା, ଚିନି, […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଖଜୁରୀ ହାଲୁଆ, ଥଣ୍ଡା ଦିନରେ ଶରୀର ରହିବ ଗରମ

Khajoor-ka-Halwa

ଶୀତ ଋତୁରେ ପ୍ରାୟତଃ ସମସ୍ତେ ଗରମ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଏହାସହିତ ଯେଉଁ ଖାଦ୍ୟ ଖାଇଲେ ଫିଟ୍ ରହିବା ଏହାକୁ ମଧ୍ୟ ଆମେ ଗୁରୁତ୍ୱ ଦେଇଥାଉ। ଆପଣମାନେ ଜାଣିଥିବେ ଶରୀର ପାଇଁ ଖୁଜରୀ ବେଶ୍ ଲାଭଦାୟକ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଖଜୁରୀ ହାଲୁଆ ପ୍ରସ୍ତୁତି ପ୍ରଣାଳୀ ଶିଖାଇବୁ। ଯାହାକି ସ୍ୱାଦିଷ୍ଟ ହେବା ସହ ଶରୀରକୁ ସୁସ୍ଥ ରଖିଥାଏ। ଆସନ୍ତୁ ଜାଣିବା କିପରି କରିବା ଖଜୁରୀ ହାଲୁଆ ।

Advertisment

ସାମଗ୍ରୀ

ଖଜୁରୀ, ନଡ଼ିଆ କୁରା, ଚିନି, ଡ୍ରାଏ ଫ୍ରୁଡ୍, ମାୱା ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଖଜୁରୀକୁ ଭଲ ଭାବେ ସଫା କରି ମଞ୍ଜି ବାହାର କରି ଦିଅନ୍ତୁ। ଏହାପରେ ଏହାକୁ ଛୋଟ ଆକାରରେ କାଟି ଦିଅନ୍ତୁ। ଏକ ପ୍ୟାନ୍‌ରେ ଘିଅ ପକାଇ ଗରମ କରନ୍ତୁ । ଘିଅ ଗରମ ହେଲା ପରେ ଏଥିରେ ଖଜୁରୀ ପକାଇ ୩ରୁ ୪ ମିନିଟ୍ ଫ୍ରାଇ କରନ୍ତୁ। ଏହାପରେ ଏଥିରେ ମାୱା, ଚିନି,  ନଡ଼ିଆ କୁରା ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଯେତେବେଳେ ଏହା ଶୁଖିଲା ହୋଇଯିବ  କଟା ହୋଇଥିବା  ଡ୍ରାଏ ଫ୍ରୁଡ୍‌ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଆପଣଙ୍କ ଖଜୁରୀ ହାଲୁଆ  ପ୍ରସ୍ତୁତ ହୋଇଗଲା।  ଏହାକୁ ଗରମ ଗରମ ଅନ୍ୟଙ୍କୁ ଖୁଆନ୍ତୁ ନିଜେ ଖାଆନ୍ତୁ।