Advertisment

ଖୋର୍ଦ୍ଧା: କ୍ରସର ମାଲିକଙ୍କ ହତ୍ୟାକୁ ନେଇ ଲଙ୍କାକାଣ୍ଡ, ୬୦ ବଖରା ଘର ଜାଳିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: କ୍ରସର ମାଲିକ ସୁଜିତ୍ ବିଶ୍ୱାଳଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ଆଦିବାସୀ ସାହିରେ ଘଟିଯାଇଛି ଲଙ୍କାକାଣ୍ଡ। ଦୁର୍ବୃତ୍ତମାନେ ୬୦ ବଖରା ଘର ଜାଳି ଦେଇଛନ୍ତି। ଦୁର୍ବୃତ୍ତମାନେ ଗାଁରେ ୧୦ରୁ୨୦ଟି ବୋମା ପକାଇଥିବା ଅଭିଯୋଗ ହୋଇଛି।  ବୋମାମାଡ଼ ଯୋଗୁଁ ୬୦ରୁ ଅଧିକ ଘର  ଜଳିଯାଇଛି ।  ଅଗ୍ନିକାଣ୍ଡରେ  ଘରର ସମସ୍ତ ଆସବାବପତ୍ର ଓ ୨ଟି ଟ୍ରାକ୍ଟର ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।  […]

ଅଦ୍ୟତନ ହୋଇଛି
ଖୋର୍ଦ୍ଧା: କ୍ରସର ମାଲିକଙ୍କ ହତ୍ୟାକୁ ନେଇ ଲଙ୍କାକାଣ୍ଡ, ୬୦ ବଖରା ଘର ଜାଳିଦେଲେ ଦୁର୍ବୃତ୍ତ

khurdh

Advertisment

ଖୋର୍ଦ୍ଧା: କ୍ରସର ମାଲିକ ସୁଜିତ୍ ବିଶ୍ୱାଳଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆର ଆଦିବାସୀ ସାହିରେ ଘଟିଯାଇଛି ଲଙ୍କାକାଣ୍ଡ। ଦୁର୍ବୃତ୍ତମାନେ ୬୦ ବଖରା ଘର ଜାଳି ଦେଇଛନ୍ତି। ଦୁର୍ବୃତ୍ତମାନେ ଗାଁରେ ୧୦ରୁ୨୦ଟି ବୋମା ପକାଇଥିବା ଅଭିଯୋଗ ହୋଇଛି।  ବୋମାମାଡ଼ ଯୋଗୁଁ ୬୦ରୁ ଅଧିକ ଘର  ଜଳିଯାଇଛି ।  ଅଗ୍ନିକାଣ୍ଡରେ  ଘରର ସମସ୍ତ ଆସବାବପତ୍ର ଓ ୨ଟି ଟ୍ରାକ୍ଟର ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।  ବର୍ତ୍ତମାନ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ଗାଁରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।  ଏସଡିପିଓ ଓ ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Advertisment

ଏଡିଜି ଲ ଏଣ୍ଡ ଅର୍ଡର ସତ୍ୟଜିତ ମହାନ୍ତି କହିଛନ୍ତି, “କ୍ରସର ମାଲିକ ସୁଜିତ୍ ବିଶ୍ୱାଳଙ୍କ ହତ୍ୟା ଘଟଣାରେ ପୋଲିସ୍  ୯ ଜଣଙ୍କୁ ଗିରଫ କରିଛି। ଆଜି ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି।  ଗାଁରେ ୪ ପ୍ଲାଟୁନ ପୋଲିସ୍ ମୁତୟନ କରାଯାଇଛି।”

ଖୋର୍ଦ୍ଧା ଏସ୍‌ଡିପିଓ ହରିହର ପାଣି କହିଛନ୍ତି, “ଗାଁରେ ଏବେ କେହି ନାହାନ୍ତି, ସମସ୍ତେ ଘର ଛାଡି ପଳାଛନ୍ତି। ଗାଁରେ ଫୋର୍ସ ମୁତୟନ ହୋଇଛନ୍ତି। ମୋ ସହ ତହସିଲଦାର ବି ଉପସ୍ଥିତ ଅଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି।”

Advertisment

ସୁଜିତ୍ ବିଶ୍ୱାଳଙ୍କ ହତ୍ୟା ଘଟଣାକୁ ନେଇ ଗତକାଲି ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଗାଁରେ ଚାପା ଉତ୍ତେଜନା ଲାଗିରହିଥିଲା। ତେଣୁ ଗତକାଲିଠାରୁ ସେଠାରେ ପୋଲିସ୍ ମୁତୟନ କରାଯାଇଥିଲା।

ଶନିବାର ଦଧିମାଛଗାଡ଼ିଆର କ୍ରସର ମାଲିକ ସୁଜିତ ବିଶ୍ୱାଳଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲ। ସୁଜିତ୍‌ଙ୍କ ସହ ସନ୍ତୋଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ବାଇକରେ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଏକ କାର୍‌ ଆସି ହଠାତ୍ ଏମାନଙ୍କ ଗାଡି ଆଗରେ ରହିଥିଲା। ଫଳରେ ବାଇକରେ କାର୍ ଡୋର୍ ବାଜି ଉଭୟେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ସୁଜିତ୍‌ଙ୍କୁ ପଥରରେ ଛେଚି ହତ୍ୟା କରିଥିବା ବେଳେ ସନ୍ତୋଷ ଖସି ପଳାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe