/odisha-reporter/media/post_attachments/uploads/2018/04/fish-curry-in-resturant-style.jpg)
fish curry in resturant style
ଆବଶ୍ୟକ ସାମଗ୍ରୀ:ରୋହି ମାଛ, ହଳଦୀ ଗୁଣ୍ଡ, ଲୁଣ, ସୋରିଷ ତେଲ, ହେଙ୍ଗୁ, ପଞ୍ଚ ଫୁଟଣ, ଭୃସଙ୍ଗ ପତ୍ର, କଞ୍ଚା ଲଙ୍କା,ଶୁଖିଲା ଲଙ୍କା, ଅଦା ଓ ରସୁଣ ବଟା, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ତେନ୍ତୁଳି ମଣ୍ଡ, ଗୁଡ ଓ ନଡ଼ିଆ ରସ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପୂର୍ବରୁ ହଳଦୀ ଲୁଣ ଗୋଳା ହୋଇ ରଖିଥିବା ରୋହି ମାଛକୁ ପକାଇ ହାଲକା ଭାବେ ଭାଜନ୍ତୁ। ଭାଜି ହୋଇସାରିବା ପରେ ମାଛକୁ କାଢ଼ି ଆଣନ୍ତୁ। ଏହାପରେ ଅନ୍ୟ ଏକ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ହେଙ୍ଗୁ, ପଞ୍ଚ ଫୁଟଣ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ର ଓ କଟା ପିକାଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ସମୟ ଭାଜି ହେବା ପରେ ସେଥିରେ ଅଦା ଓ ରସୁଣ ବଟା ସହିତ ଅଳ୍ପ ଲୁଣ ପକାଇ ଭାଜନ୍ତୁ। ଏହାପରେ ଜୀରା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡର ଏକ ମିଶ୍ରଣ ପ୍ରସ୍ତୁତ କରି ସେଥିରେ ପକାନ୍ତୁ। ଏହାପରେ ତେନ୍ତୁଳି ମଣ୍ଡ ଓ ଗୁଡ଼କୁ ସେଥିରେ ପକାଇ ଢାଙ୍କୁଣୀ ଦେଇ କିଛି ସମୟ ଫୁଟିବାକୁ ଦିଅନ୍ତୁ। କିଛି ସମୟ ପୁଟିବା ପରେ ଢାଙ୍କୁଣୀ କାଢି ସେଥିରେ ଭଜା ହୋଇ ରଖିଥିବା ମାଛକୁ ପକାନ୍ତୁ। ଶେଷରେ ନଡ଼ିଆ ରସ ପକାଇ ଅଳ୍ପ କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ରୋହି ମାଛ ଆମ୍ୱିଳ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
