Advertisment

ବନ୍ଧା କୋବିରେ ପ୍ରସ୍ତୁତ କରନ୍ତୁ ଆଚାର

ଆବଶ୍ୟକ ସାମଗ୍ରୀ- ବନ୍ଧାକୋବି ଗୋଟିଏ, ତେନ୍ତୁଳି, ଲୁଣ, ହଳଦୀ, ସୋରିଷ, ରିଫାଇନ୍ ତେଲ, ମେଥି, ଲଙ୍କା ଗୁଣ୍ଡ, ଶୁଖିଲା ଲଙ୍କା ଓ ହେଙ୍ଗୁ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବନ୍ଧା କୋବିର ୩/୪ଟି ପତ୍ର କାଢ଼ି ଦିଅନ୍ତୁ। ସେଗୁଡ଼ିକୁ ବ୍ୟବହାର ହେବ ନାହିଁ। ଏବେ କୋବିକୁ ଚୂନା ଚୂନା କରି କାଟି ଦିଅନ୍ତୁ। ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦୁଇ ଘଣ୍ଟା ରଖି ଦିଅନ୍ତୁ। ଦୁଇ ଘଣ୍ଟା ପରେ ଏହାକୁ ତେନ୍ତୁଳି ସହ ବାଟି ଦିଅନ୍ତୁ। ବାଟଣାରେ […]

ଅଦ୍ୟତନ ହୋଇଛି
ବନ୍ଧା କୋବିରେ ପ୍ରସ୍ତୁତ କରନ୍ତୁ ଆଚାର

achara

Advertisment

ଆବଶ୍ୟକ ସାମଗ୍ରୀ- ବନ୍ଧାକୋବି ଗୋଟିଏ, ତେନ୍ତୁଳି, ଲୁଣ, ହଳଦୀ, ସୋରିଷ, ରିଫାଇନ୍ ତେଲ, ମେଥି, ଲଙ୍କା ଗୁଣ୍ଡ, ଶୁଖିଲା ଲଙ୍କା ଓ ହେଙ୍ଗୁ।

Advertisment

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବନ୍ଧା କୋବିର ୩/୪ଟି ପତ୍ର କାଢ଼ି ଦିଅନ୍ତୁ। ସେଗୁଡ଼ିକୁ ବ୍ୟବହାର ହେବ ନାହିଁ। ଏବେ କୋବିକୁ ଚୂନା ଚୂନା କରି କାଟି ଦିଅନ୍ତୁ। ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦୁଇ ଘଣ୍ଟା ରଖି ଦିଅନ୍ତୁ। ଦୁଇ ଘଣ୍ଟା ପରେ ଏହାକୁ ତେନ୍ତୁଳି ସହ ବାଟି ଦିଅନ୍ତୁ। ବାଟଣାରେ ଅଳ୍ପ ଲଙ୍କା ଗୁଣ୍ଡ ମିଶାନ୍ତୁ। ବର୍ତ୍ତମାନ ଏକ ଚାମଚ ସୋରିଷ, ଏକ ଚାମଚ ମେଥି ଓ ହେଙ୍ଗୁକୁ ଭାଜି ଗୁଣ୍ଡ କରନ୍ତୁ। ଏହି ଗୁଣ୍ଡକୁ ମଧ୍ୟ ବନ୍ଧାକୋବି ବାଟଣାରେ ମିଶାନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ। ସୋରିଷ ଫୁଟିଲେ କଡ଼େଇକୁ ତଳକୁ ଓହ୍ଲାଇ ଥଣ୍ଡା କରି ନିଅନ୍ତୁ। ତା’ପରେ ଏହାକୁ ବନ୍ଧାକୋବି ବଟାରେ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବନ୍ଧାକୋବି ଆଚାର। ଏହା ଦୁଇ ମାସ ପର୍ଯ୍ୟନ୍ତ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe