Advertisment

କେମିତି କରିବେ ଦହି କବାବ ?

କବାବ କଥା ଶୁଣିବା ମାତ୍ରେ ପାଟିରୁ ଲାଳ ଆସିଯାଏ। ଜଳଖିଆ ଦୋକାନରେ ବିଭିନ୍ନ ପ୍ରକାର କବାବ  ବିକ୍ରି ହେଉଥିବାର ଦେଖିଥିବେ ଓ ଖାଇଥିବେ ମଧ୍ୟ। ଯଦି ଆପଣ ନୂଆ କବାବ ସନ୍ଧାନରେ ଅଛନ୍ତି, ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଦହି କବାବ। ଆବଶ୍ୟକ ସାମଗ୍ରୀ: ଦହି, ପିଆଜ, ଅଦା,କଞ୍ଚା ଲଙ୍କା, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, କର୍ଣ୍ଣ ଫ୍ଲୋର, କସୁରି ମେଥି, ଧନିଆ ପତ୍ର ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ଏକ […]

ଅଦ୍ୟତନ ହୋଇଛି
କେମିତି କରିବେ ଦହି କବାବ ?

DahiKabab

Advertisment

କବାବ କଥା ଶୁଣିବା ମାତ୍ରେ ପାଟିରୁ ଲାଳ ଆସିଯାଏ। ଜଳଖିଆ ଦୋକାନରେ ବିଭିନ୍ନ ପ୍ରକାର କବାବ  ବିକ୍ରି ହେଉଥିବାର ଦେଖିଥିବେ ଓ ଖାଇଥିବେ ମଧ୍ୟ। ଯଦି ଆପଣ ନୂଆ କବାବ ସନ୍ଧାନରେ ଅଛନ୍ତି, ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଦହି କବାବ।

Advertisment

ଆବଶ୍ୟକ ସାମଗ୍ରୀ: ଦହି, ପିଆଜ, ଅଦା,କଞ୍ଚା ଲଙ୍କା, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, କର୍ଣ୍ଣ ଫ୍ଲୋର, କସୁରି ମେଥି, ଧନିଆ ପତ୍ର ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ଦହି ରଖନ୍ତୁ। ସେଥିରେ କଟା ପିଆଜ ,ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, କସୁରି ମେଥି, ଗରମ ମସଲା ଧନିଆ ପତ୍ର ମିଶାଇ ଭଲ ଭାବେ ଗୋଳାନ୍ତୁ।   ଏବେ ଏଥିରେ କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ଏହାକୁ ନିଜ ପସନ୍ଦ ମୁତାବକ ଆକାର ଦିଅନ୍ତୁ।  ଏବେ ଏଗୁଡ଼ିକ ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ଛାଣନ୍ତୁ। ଗୋଲ୍‌ଡେନ୍ କଲର ଆସିବା ପର୍ଯ୍ୟନ୍ତ ଛାଣନ୍ତୁ। ତା’ପରେ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଦହି କବାବ। ଏବେ ଏଗୁଡ଼ିକୁ ପ୍ଲେଟ୍‌ରେ କଟା ଟମାଟୋ ଦେଇ ସଜାଇ ରଖନ୍ତୁ। ନିଜ ମପପସନ୍ଦ ଚଟଣି ସହିତ ଆପଣ ଏହାକୁ ଖାଇପାରିବେ ଓ ଅନ୍ୟମାନଙ୍କୁ ଖୁଆଇ ପାରିବେ।

Advertisment

ଆହୁରି ମଧ୍ୟ ପଢନ୍ତୁ: ଚିକେନ୍‌ ତରକାରି ରାନ୍ଧିବାକୁ ଇଚ୍ଛା ଅଛି କି? ପଢ଼ନ୍ତୁ ତିଆରି କରିବାର ଉପାୟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe