/odisha-reporter/media/post_attachments/uploads/2017/11/rohi.jpg)
rohi
ଆବଶ୍ୟକ ସାମଗ୍ରୀ- ରୋହି ମାଛ, ସୋରିଷ ତେଲ, କଟା ପିଆଜ, ରସୁଣ, ଅଦା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ପତ୍ର, ଲୁଣ, ହଳଦୀ, କରି ପାଉଡର, ଗରମ ମସଲା, କଟା ଟମାଟୋ
ପ୍ରସ୍ତୁତି ପ୍ରଳାଣୀ- ବଡ଼ ବଡ଼ ପିସ୍ ହୋଇଥିବା ରୋହି ମାଛକୁ ଭଲ ଭାବରେ ଧୋଇ ଲୁଣ ହଳଦୀ ଗୋଳାଇ ଏକ ପ୍ଲେଟରେ ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ପ୍ଲେଟରେ ଥିବା ରୋହିମାଛକୁ ଭଲ ଭାବରେ ଭାଜନ୍ତୁ। ଭଜା ସରିବା ପରେ ତାକୁ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ।
ଏହାପରେ କଡ଼େଇରେ ପୁଣି ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ଅଦା ରସୁଣ ଓ ପିଆଜ ପେଷ୍ଟ ପକାଇ ତାକୁ କିଛି ସମୟ କଷନ୍ତୁ। ଏହା ପରେ ସେଥିରେ ଧନିଆ, ଜିରା ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। କରି ପାଉଡର ପକାଇବା ପରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ସେଥିରେ କଟା ଟମାଟୋ ପକାଇବା ପରେ ତାକୁ କଷନ୍ତୁ। ସେଥିରେ ଅଳ୍ପ ପାଣି ଦିଅନ୍ତୁ। ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ଭଜା ଯାଇଥିବା ମାଛ ପିସ୍କୁ ପକାନ୍ତୁ। ଏହାପରେ ଗରମ ମସଲା ଦେଇ ନିଆଁ ଆଞ୍ଚକୁ କମ୍ କରି ଦିଅନ୍ତୁ। କିଛି ସମୟ ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଗଲା ଇରୋହି ମାଛ ଫ୍ରାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
