ଆବଶ୍ୟକ ସାମଗ୍ରୀ: ବାଇଗଣ, କନ୍ଫ୍ଲୋର, ହଳଦୀ ଗୁଣ୍ଡ, ଜୀରା ଓ ଲଙ୍କା ଗୁଣ୍ଡ, ରିଫାଇନ୍ ତେଲ, ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଭୃସଙ୍ଗ ପତ୍ର, ଜୀରା, ସୋରିଷ ବଟା, ଲୁଣ, ଗୁଡ଼, ଆମ୍ୱୁଲ, ଦହି ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ଲମ୍ବା ଲମ୍ବା କାଟି ସେଥିରେ କନ୍ଫ୍ଲୋର୍, ଜୀରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ରଖିଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ଗୋଳା ହୋଇ ରଖିଥିବା ବାଇଗଣକୁ ଛାଣି ଏକ ପାତ୍ରକୁ କାଢି ଆଣନ୍ତୁ। ବଳକା ତେଲରେ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ରର ଛୁଙ୍କ ଦିଅନ୍ତୁ । ଏବେ ସେଥିରେ ଜୀରା, ସୋରିଷ ବଟା ଓ ହଳଦୀ ଗୁଣ୍ଡ ଦିଅନ୍ତୁ। ତା’ପରେ ସେଥିରେ ପାଣି ଦିଅନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପାଣି ଫୁଟିବା ପରେ ସେଥିରେ ଗୁଡ, ଆମ୍ୱୁଲ ଓ ଛଣା ହୋଇ ରଖିଥିବା ବାଇଗଣ ପକାନ୍ତୁ। ଏସବୁକୁ ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ଭଲ ଭାବେ ଫୁଟି ଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ସେଥିରେ କଟା ଧନିଆ ପତ୍ର, ସାମାନ୍ୟ ଦହି, ଜୀରା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ବାଇଗଣ ଖଟା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।