Advertisment

ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଖଟା

ଆବଶ୍ୟକ ସାମଗ୍ରୀ: ବାଇଗଣ, କନ୍‌ଫ୍ଲୋର, ହଳଦୀ ଗୁଣ୍ଡ, ଜୀରା ଓ ଲଙ୍କା ଗୁଣ୍ଡ, ରିଫାଇନ୍ ତେଲ, ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଭୃସଙ୍ଗ ପତ୍ର, ଜୀରା,  ସୋରିଷ  ବଟା, ଲୁଣ, ଗୁଡ଼, ଆମ୍ୱୁଲ, ଦହି ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ଲମ୍ବା ଲମ୍ବା କାଟି ସେଥିରେ କନ୍‌ଫ୍ଲୋର୍‌, ଜୀରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ରଖିଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ଗୋଳା ହୋଇ ରଖିଥିବା ବାଇଗଣକୁ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଖଟା

Baingan

Advertisment

ଆବଶ୍ୟକ ସାମଗ୍ରୀ: ବାଇଗଣ, କନ୍‌ଫ୍ଲୋର, ହଳଦୀ ଗୁଣ୍ଡ, ଜୀରା ଓ ଲଙ୍କା ଗୁଣ୍ଡ, ରିଫାଇନ୍ ତେଲ, ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଭୃସଙ୍ଗ ପତ୍ର, ଜୀରା,  ସୋରିଷ  ବଟା, ଲୁଣ, ଗୁଡ଼, ଆମ୍ୱୁଲ, ଦହି ଓ ଧନିଆ ପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ଲମ୍ବା ଲମ୍ବା କାଟି ସେଥିରେ କନ୍‌ଫ୍ଲୋର୍‌, ଜୀରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ରଖିଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ଗୋଳା ହୋଇ ରଖିଥିବା ବାଇଗଣକୁ ଛାଣି ଏକ ପାତ୍ରକୁ କାଢି ଆଣନ୍ତୁ। ବଳକା ତେଲରେ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ରର ଛୁଙ୍କ ଦିଅନ୍ତୁ । ଏବେ ସେଥିରେ ଜୀରା, ସୋରିଷ ବଟା ଓ ହଳଦୀ ଗୁଣ୍ଡ ଦିଅନ୍ତୁ। ତା’ପରେ ସେଥିରେ ପାଣି ଦିଅନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପାଣି ଫୁଟିବା ପରେ ସେଥିରେ ଗୁଡ, ଆମ୍ୱୁଲ ଓ ଛଣା ହୋଇ ରଖିଥିବା ବାଇଗଣ ପକାନ୍ତୁ। ଏସବୁକୁ ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ଭଲ ଭାବେ ଫୁଟି ଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ସେଥିରେ କଟା ଧନିଆ ପତ୍ର, ସାମାନ୍ୟ ଦହି, ଜୀରା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ବାଇଗଣ ଖଟା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe