ଅତି ସ୍ୱାଦିଷ୍ଟ ବସାଦହି ମଟନ୍‌, ଘରେ ବନାନ୍ତୁ

ଆବଶ୍ୟକ ସାମଗ୍ରୀ: ମଟନ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଲୁଣ, ବସାଦହି, ପାନ ମଧୁରୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଦା ପେଷ୍ଟ, ଲବଙ୍ଗ, ଗୁଜରାତି ଗୁଣ୍ଡ, ହେଙ୍ଗୁ, ଧନିଆ ଗୁଣ୍ଡ, ଜିରା ପାଉଡର। ପ୍ରସ୍ତୁତି ପ୍ରଣାଳୀ: ଚୁଲିରେ ଏକ ପାତ୍ର ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଦା ପେଷ୍ଟ ପକାନ୍ତୁ। ଅଦା ପେଷ୍ଟ ଟିକେ ଲାଲ ହେବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ […]

moton

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 01:51 PM IST

ଆବଶ୍ୟକ ସାମଗ୍ରୀ: ମଟନ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଲୁଣ, ବସାଦହି, ପାନ ମଧୁରୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଦା ପେଷ୍ଟ, ଲବଙ୍ଗ, ଗୁଜରାତି ଗୁଣ୍ଡ, ହେଙ୍ଗୁ, ଧନିଆ ଗୁଣ୍ଡ, ଜିରା ପାଉଡର।

ପ୍ରସ୍ତୁତି ପ୍ରଣାଳୀ: ଚୁଲିରେ ଏକ ପାତ୍ର ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଦା ପେଷ୍ଟ ପକାନ୍ତୁ। ଅଦା ପେଷ୍ଟ ଟିକେ ଲାଲ ହେବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହେଙ୍ଗୁ ପକାଇ ଗୋଳାନ୍ତୁ। ମସଲା ଟିକେ ଫ୍ରାଏ ହୋଇଯିବା ପରେ ସେଥିରେ ମଟନ୍‌ ପକାଇ କଷନ୍ତୁ। ମଟନ ଅଳ୍ପ କଷି ହେଲା ପରେ ସେଥିରେ ପାନ ମହୁରୀ ଗୁଣ୍ଡ, ଧନିଆ ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ କଷନ୍ତୁ। ତା’ ପରେ ସେଥିରେ ବସାଦହି ପକାଇ ଗୋଳାନ୍ତୁ। ବସାଦହି ଓ ମଟନ କଷି ହୋଇଯିବା ପରେ ସେଥିରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ। ମାଂସ ହେଇଯିବା ପରେ ସେଥିରେ ଗୁଜରାତି ଗୁଣ୍ଡ ଓ ଲବଙ୍ଗ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବସାଦହି ମଟନ୍।

Related story