Advertisment

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ମସ୍ତାନୀ

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପୁଦିନା ପେଷ୍ଟ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଲୁଣ, ରିଫାଇନ୍‌ ତେଲ, ଚିନି, ତେଜପତ୍ର, ଅଦା ଓ ରସୁଣ ବଟା, ଜିରା ଗୁଣ୍ଡ, ଚିକେନ୍‌ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, କାଜୁ ପେଷ୍ଟ୍‌, ଧନିଆ ପତ୍ର ଓ ପୁଦିନା ପତ୍ର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ପୁଦିନା ପେଷ୍ଟ୍‌, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା ରସୁଣ ଏବଂ ଲୁଣ ପକାଇ […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ମସ୍ତାନୀ

cheaken

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପୁଦିନା ପେଷ୍ଟ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଲୁଣ, ରିଫାଇନ୍‌ ତେଲ, ଚିନି, ତେଜପତ୍ର, ଅଦା ଓ ରସୁଣ ବଟା, ଜିରା ଗୁଣ୍ଡ, ଚିକେନ୍‌ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, କାଜୁ ପେଷ୍ଟ୍‌, ଧନିଆ ପତ୍ର ଓ ପୁଦିନା ପତ୍ର

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ପୁଦିନା ପେଷ୍ଟ୍‌, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା ରସୁଣ ଏବଂ ଲୁଣ ପକାଇ ମ୍ୟାରିନେଟ୍‌ କରି ରଖନ୍ତୁ। କଡ଼େଇରେ ରିଫାଇନ୍‌ ତେଲ ଗରମ କରନ୍ତୁ। ସେଥିରେ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ଛାଣି ଦିଅନ୍ତୁ। ଛାଣିବା ପରେ ସେସବୁକୁ ଏକ ଖାଲି ପାତ୍ରକୁ କାଢ଼ି ଆଣନ୍ତୁ। ଏହାପରେ ସେହି କଡ଼େଇରେ ଅଳ୍ପ ଚିନି, ତେଜପତ୍ର ଓ କଟା ପିଆଜ ପକାନ୍ତୁ। ଏସବୁକୁ ଭଲ ଭାବେ ଭାଜନ୍ତୁ। କଟା ଅଦା, ରସୁଣ, କଞ୍ଚାଲଙ୍କା, ଅଦା ଓ ରସୁଣ ବଟା ପକାଇ କଷନ୍ତୁ। କିଛି ସମୟ କଷିବା ପରେ ସେଥିରେ ଜିରା ଗୁଣ୍ଡ, ଚିକେନ୍‌ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଗରମ ମସଲା ପକାଇ ମସଲାକୁ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷିବା ପରେ ସେଥିରେ ଛଣା ହୋଇରଖିଥିବା ଚିକେନ୍‌ ସବୁକୁ ପକାନ୍ତୁ। ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ସେଥିରେ ଦହି, ପୁଦିନା ପେଷ୍ଟ୍‌, କାଜୁ ପେଷ୍ଟ୍‌, ଓନିଆ ପତ୍ର ଓ ପୁଦିନା ପତ୍ରକୁ ଭଲ ଭାବେ ମିଶାଇ  ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ମସ୍ତାନୀ। ଏବେ ଏହାକୁ କଡ଼େଇରୁ ଏକ ଖାଲି ପାତ୍ରକୁ କାଢି ଆଣି ସେଥିରେ ପୁଦିନା ପତ୍ର  ଓ ଦହି ପକାଇ ଗାର୍ନିସିଂ କରି ପରଷି ଦିଅନ୍ତୁ ।