Advertisment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପଣସକଠା କଟଲେଟ୍

ଆବଶ୍ୟକ ସାମଗ୍ରୀ: ପଣସ କଠା, ପିଆଜ, ଟମାଟୋ, ବେସନ, ଲେମ୍ବୁ ରସ, ଧଣିଆ ଗୁଣ୍ଡ, ଅଦା-ରସୁଣ ବଟା, ଗୋଟା ଜିରା, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଗରମ ମସଲା, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସ କଠାକୁ ସିଝାଇ ଚକଟି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ ତେଲ ଗରମ ହେଲେ ସେଥିରେ ଜିରା ଓ କଞ୍ଚା ଲଙ୍କା ପକାନ୍ତୁ। ପରେ ଏଥିରେ ପିଆଜ ପକାଇ ହାଲକା ଲାଲ୍‌ ହେବା ଯାଏଁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପଣସକଠା କଟଲେଟ୍

cutlet

ଆବଶ୍ୟକ ସାମଗ୍ରୀ: ପଣସ କଠା, ପିଆଜ, ଟମାଟୋ, ବେସନ, ଲେମ୍ବୁ ରସ, ଧଣିଆ ଗୁଣ୍ଡ, ଅଦା-ରସୁଣ ବଟା, ଗୋଟା ଜିରା, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଗରମ ମସଲା, ତେଲ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସ କଠାକୁ ସିଝାଇ ଚକଟି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ ତେଲ ଗରମ ହେଲେ ସେଥିରେ ଜିରା ଓ କଞ୍ଚା ଲଙ୍କା ପକାନ୍ତୁ। ପରେ ଏଥିରେ ପିଆଜ ପକାଇ ହାଲକା ଲାଲ୍‌ ହେବା ଯାଏଁ ଭାଜନ୍ତୁ। ଏହାପରେ ଏଥିରେ ଟମାଟୋ ଓ ଲୁଣ ପକାଇ ଭାଜନ୍ତୁ। ଟମାଟୋ ଗୁଡ଼ିକ ନରମ ହୋଇଗଲେ ସେଥିରେ ଅଦା-ରସୁଣ ବଟା ପକାନ୍ତୁ। ବର୍ତ୍ତମାନ ଏଥିରେ ଶୁଖିଲା ମସଲାଗୁଡ଼ିକୁ ପକାଇ ଦିଅନ୍ତୁ। ମସଲା କଷି ହୋଇଗଲେ ଏଥିରେ ବେସନ ମିଶାଇ କମ୍‌ ଆଞ୍ଚରେ ୧୦ ମିନିଟ୍‌ ଯାଏଁ ଭାଜନ୍ତୁ। ତା’ପରେ ଏଥିରେ ଚକଟା ହୋଇଥିବା ପଣସ କଠା ଓ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ଗୋଳାଇ ଚୁଲି ବନ୍ଦ କରିଦିଅନ୍ତୁ। ଥଣ୍ଡା ହୋଇଗଲେ ଏହି ମିଶ୍ରଣକୁ ହାତରେ ଆଉ ଥରେ ଭଲ ଭାବେ ମିଶାଇ ଛୋଟ ଛୋଟ ଗୁଳା କରି ରଖନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଏହି ଗୁଳାଗୁଡ଼ିକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଣସ କଠା କଟଲେଟ୍। ଏହାକୁ ସସ୍ କିମ୍ବା ଚଟଣୀ ସହ ପରଷନ୍ତୁ।