Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଚିକେନ୍‌ ଦୋପିଆଜି

ଆବଶ୍ୟକ ସାମଗ୍ରୀ: କୁକୁଡ଼ା ମାଂସ, ପିଆଜ, ରସୁଣ, ଗରମ ମସଲା ଗୁଣ୍ଡ, ଅଦା, କଞ୍ଚାଲଙ୍କା, ବସାଦହି, ଟମାଟୋ, ତେଲ, ଲୁଣ, ହଳଦୀ ଗୁଣ୍ଡ, ଧନିଆ ପତ୍ର, ଡାଲଚିନି, ଜିରା ଗୁଣ୍ଡ, ଗୁଜୁରାତି ଓ ଗୋଲ‌ମରିଚ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, ତେଜପତ୍ର, ପିଆଜ ବଟା, ଧନିଆ ପତ୍ର, ଅଦା ବଟା, ରସୁଣ ବଟା, ଗୁଜୁରାତି ବଟା, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଜିରା ବଟା ଓ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଚିକେନ୍‌ ଦୋପିଆଜି

chiken

Advertisment

ଆବଶ୍ୟକ ସାମଗ୍ରୀ: କୁକୁଡ଼ା ମାଂସ, ପିଆଜ, ରସୁଣ, ଗରମ ମସଲା ଗୁଣ୍ଡ, ଅଦା, କଞ୍ଚାଲଙ୍କା, ବସାଦହି, ଟମାଟୋ, ତେଲ, ଲୁଣ, ହଳଦୀ ଗୁଣ୍ଡ, ଧନିଆ ପତ୍ର, ଡାଲଚିନି, ଜିରା ଗୁଣ୍ଡ, ଗୁଜୁରାତି ଓ ଗୋଲ‌ମରିଚ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, ତେଜପତ୍ର, ପିଆଜ ବଟା, ଧନିଆ ପତ୍ର, ଅଦା ବଟା, ରସୁଣ ବଟା, ଗୁଜୁରାତି ବଟା, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଜିରା ବଟା ଓ କଞ୍ଚାଲଙ୍କା ବଟା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ବସାଦହି ଓ କଟା ଟମାଟୋକୁ ପକାଇ ଚକଟି ଦିଅନ୍ତୁ। ଘଣ୍ଟାଏ ପରେ ସେଥିରୁ ମାଂସକୁ ଚିପୁଡ଼ି ଅଲଗା କରି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ପକାଇ ଚିପୁଡ଼ା ଯାଇଥିବା ମାଂସକୁ ଭାଜନ୍ତୁ।  ମାଂସ ଭଲ ଭାବେ  ଭାଜି ହୋଇ ପାଣି ମରିଗଲେ ସେଥିରେ ଚିପୁଡ଼ା ମାଂସରୁ ବାହାରିଥିବା ମସଲା ପାଣିକୁ ପକାଇ କମ୍‌ ଆଞ୍ଚରେ ସିଝାନ୍ତୁ। ତା’ପରେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଛୋଟ ଛୋଟ ହୋଇ କଟା ଯାଇଥିବା ପିଆଜ ପକାନ୍ତୁ।  ବାଦାମ୍‌ ରଙ୍ଗ ଆସିବା ପର୍ଯ୍ୟନ୍ତ ପିଆଜକୁ ଭାଜନ୍ତୁ। ପିଆଜ ନରମ ହୋଇଯିବା ପରେ ସେଥିରେ ସିଝା ମାଂସକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ଦୋପିଆଜି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe