Advertisment

ସନ୍ଧ୍ୟାବେଳେ ଘରେ ବନାନ୍ତୁ ‘ଚିକେନ୍ ଗୁପଚୁପ୍’

ଆବଶ୍ୟକ ସାମଗ୍ରୀ- ବଜାରରେ ମିଳୁଥିବା ଶୁଖା ଗୁପଚୁପ, ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଝୁରା ସେଉ, ପିଆଜ, ଅଦା ରସୁଣ ପେଷ୍ଟ, କଲର ପାଉଡର, ଚିକେନ ପାଉଡର, ସୋରିଷ ତେଲ, ଚିକେନ ପାଉଡର, ଗରମ ମସଲା  ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପୂରା ଛୋଟ ପିସ୍‌ ବାଲା ଚିକେନ୍‌ ଆଣନ୍ତୁ। ତାକୁ ଭଲ ଭାବେ ଧୋଇ ଲୁଣ ହଳଦୀ ଗୋଳାଇ ପ୍ଲେଟ୍‌ରେ ରଖନ୍ତୁ। ଏହା ପରେ କଡ଼େଇରେ ସୋରିଷ ତେଲ ଗରମ […]

ଅଦ୍ୟତନ ହୋଇଛି
ସନ୍ଧ୍ୟାବେଳେ ଘରେ ବନାନ୍ତୁ ‘ଚିକେନ୍ ଗୁପଚୁପ୍’

nn

Advertisment

ଆବଶ୍ୟକ ସାମଗ୍ରୀ- ବଜାରରେ ମିଳୁଥିବା ଶୁଖା ଗୁପଚୁପ, ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଝୁରା ସେଉ, ପିଆଜ, ଅଦା ରସୁଣ ପେଷ୍ଟ, କଲର ପାଉଡର, ଚିକେନ ପାଉଡର, ସୋରିଷ ତେଲ, ଚିକେନ ପାଉଡର, ଗରମ ମସଲା

Advertisment

 ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପୂରା ଛୋଟ ପିସ୍‌ ବାଲା ଚିକେନ୍‌ ଆଣନ୍ତୁ। ତାକୁ ଭଲ ଭାବେ ଧୋଇ ଲୁଣ ହଳଦୀ ଗୋଳାଇ ପ୍ଲେଟ୍‌ରେ ରଖନ୍ତୁ। ଏହା ପରେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ  ପକାନ୍ତୁ। ତାକୁ ଭଲ ଭାବରେ ଚଲାନ୍ତୁ। ଏହା ପରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଗୋଳାନ୍ତୁ। କିଛି ସମୟ ପରେ ସେଥିରେ ଚିକେନ କରି ପାଉଡର ପକାନ୍ତୁ। ଏହା ସହ କିଛି କଲର ପାଉଡର ପକାଇ ଭଲ ଭାବରେ ଚଲାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। ମସଲା ହୋଇଯିବା ପରେ ସେଥିରେ ପ୍ଲେଟ୍‌ରେ ଥିବା ଚିକେନ୍‌ ପକାଇ ଚଲାନ୍ତୁ। ସିଝିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ। ଏହା ସିଝିବା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ହୋଇଗଲା ଗୁପଚୁପ ପାଇଁ ଚିକେନ୍‌ ମସଲା।

ବଜାରରୁ ଆଣିଥିବା ଗୁପଚୁପ୍‌ରେ ଚିକେନ୍‌ ମସଲାକୁ ପୂରାନ୍ତୁ। ସେଥିରେ ଟମାଟୋ ସସ୍‌ ପକାନ୍ତୁ। ସେଥିରେ ଝୁରା ସେଓ କିଛି ପକାନ୍ତୁ। ଏହା ପରେ ସେଥିରେ ବିଟ୍ ଲୁଣ ଛିଞ୍ଚି ଦିଅନ୍ତୁ। ତାକୁ ଏକ ପ୍ଲେଟରେ ରଖନ୍ତୁ।  ପ୍ରସ୍ତୁତ ହୋଇଗଲା ଚିକେନ୍ ଗୁପ୍‌ଚୁପ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe