ଆବଶ୍ୟକ ସାମଗ୍ରୀ: କଉ ମାଛ, ହଳଦୀ, ଲୁଣ, ସୋରିଷ ତେଲ, କଞ୍ଚା ଲଙ୍କା, ଟମାଟୋ, ଚିନି, ଲଙ୍କା ଗୁଣ୍ଡ, ସୋରିଷ ବଟା ଓ କଳା ଜିରା
ପ୍ରସ୍ତୁତି ପ୍ରଣାଳୀ: ଦେଶୀ କଉ ମାଛକୁ ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ। ସେଥିରେ କିଛି ଟମାଟୋ କଟା, ସୋରିଷ ବଟା, ଅଳ୍ପ ଚିନି ଓ ସୋରିଷ ତେଲ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇ ସାରିବା ପରେ ମାରିନେଟ କରିବା ପାଇଁ କିଛି ସମୟ ରଖିଦିଅନ୍ତୁ। ଏହାପରେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ ଜିରା ଓ କଞ୍ଚାଲଙ୍କା ପକାନ୍ତୁ। ଏହା ପରେ ଗୋଳାଇ ରଖିଥିବା ମାଛ ସହିତ ସେଥିରେ ଥିବା ପାଣିକୁ କଡ଼େଇରେ ପକାଇ ଦିଅନ୍ତୁ। ଘୋଡଣୀ ଦେଇ କିଛି ସମୟ ଫୁଟିବାକୁ ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ କାଢି ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଫୁଟି ଗଲେ କଡେଇରୁ ୱହ୍ଲାଇ ଏକ ପାତ୍ରକୁ କାଢି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା କଉ ମାଛ ବେସର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...