Advertisment

ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଉ ମାଛ ବେସର

ଆବଶ୍ୟକ ସାମଗ୍ରୀ: କଉ ମାଛ, ହଳଦୀ, ଲୁଣ, ସୋରିଷ ତେଲ, କଞ୍ଚା ଲଙ୍କା, ଟମାଟୋ, ଚିନି, ଲଙ୍କା ଗୁଣ୍ଡ, ସୋରିଷ ବଟା ଓ କଳା ଜିରା ପ୍ରସ୍ତୁତି ପ୍ରଣାଳୀ: ଦେଶୀ କଉ ମାଛକୁ ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ।  ସେଥିରେ କିଛି ଟମାଟୋ କଟା, ସୋରିଷ ବଟା, ଅଳ୍ପ ଚିନି ଓ ସୋରିଷ ତେଲ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇ ସାରିବା ପରେ ମାରିନେଟ କରିବା ପାଇଁ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଉ ମାଛ ବେସର

kau

Advertisment

ଆବଶ୍ୟକ ସାମଗ୍ରୀ: କଉ ମାଛ, ହଳଦୀ, ଲୁଣ, ସୋରିଷ ତେଲ, କଞ୍ଚା ଲଙ୍କା, ଟମାଟୋ, ଚିନି, ଲଙ୍କା ଗୁଣ୍ଡ, ସୋରିଷ ବଟା ଓ କଳା ଜିରା

Advertisment

ପ୍ରସ୍ତୁତି ପ୍ରଣାଳୀ: ଦେଶୀ କଉ ମାଛକୁ ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ।  ସେଥିରେ କିଛି ଟମାଟୋ କଟା, ସୋରିଷ ବଟା, ଅଳ୍ପ ଚିନି ଓ ସୋରିଷ ତେଲ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇ ସାରିବା ପରେ ମାରିନେଟ କରିବା ପାଇଁ କିଛି ସମୟ ରଖିଦିଅନ୍ତୁ। ଏହାପରେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ ଜିରା ଓ କଞ୍ଚାଲଙ୍କା ପକାନ୍ତୁ। ଏହା ପରେ ଗୋଳାଇ ରଖିଥିବା ମାଛ ସହିତ ସେଥିରେ ଥିବା  ପାଣିକୁ କଡ଼େଇରେ ପକାଇ ଦିଅନ୍ତୁ। ଘୋଡଣୀ ଦେଇ କିଛି ସମୟ ଫୁଟିବାକୁ ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ କାଢି ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଫୁଟି ଗଲେ କଡେଇରୁ ୱହ୍ଲାଇ ଏକ ପାତ୍ରକୁ କାଢି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା କଉ ମାଛ ବେସର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe