Advertisment

କେମିତି ତିଆରି କରିବେ ମକର ଚାଉଳ?

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଛୋଟ ଛୋଟ ଆଖୁ ଖଣ୍ଡ, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା ଓ ଡାଳିମ୍ବ। ପ୍ରସ୍ତୁତି ପ୍ରଣାଳୀ: ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ ସକାଳେ ଏହାକୁ ଭଲ ଭାବରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଚାଉଳ ଗୁଣ୍ଡ, କ୍ଷୀର, ଛେନା, କୋରା ନଡ଼ିଆ, […]

author-image
Rakesh Mallick
କେମିତି ତିଆରି କରିବେ ମକର ଚାଉଳ?

Makara

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଛୋଟ ଛୋଟ ଆଖୁ ଖଣ୍ଡ, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା ଓ ଡାଳିମ୍ବ।

Advertisment

ପ୍ରସ୍ତୁତି ପ୍ରଣାଳୀ: ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ ସକାଳେ ଏହାକୁ ଭଲ ଭାବରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଚାଉଳ ଗୁଣ୍ଡ, କ୍ଷୀର, ଛେନା, କୋରା ନଡ଼ିଆ, ଚିନି, ଗୋଲମରିଚ ଗୁଣ୍ଡ ଓ କଟା ଅଦା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ପାଚିଲା କଦଳୀକୁ ଚୋପା ଛଡ଼ାଇ ଭଲ ଭାବରେ ଚକଟି ଏଥିରେ ମିଶାଇ ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ସେଓ, କମଳା, ଅଙ୍ଗୁର ଆଦି ଫଳ ମଧ୍ୟ ପକାଇ ପାରିବେ। ବର୍ତ୍ତମାନ ମକର ଚାଉଳ ପ୍ରସ୍ତୁତ ହୋଇଗଲା। ସଜାଇବା ପାଇଁ ଏଥିରେ ଡାଳିମ୍ବ ପକାନ୍ତୁ।  ପ୍ରଥମେ ଏହାକୁ ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ ଓ ପରେ ସମସ୍ତଙ୍କୁ ଖୁଆନ୍ତୁ ଓ ନିଜେ ଖାଆନ୍ତୁ।