Advertisment

ଘରେ ସହଜରେ କରିପାରିବେ ଟମାଟୋ ରସମ୍‌

ଆବଶ୍ୟକ ସାମଗ୍ରୀ: ଟମାଟୋ, ତେନ୍ତୁଳି, ଶୁଖିଲା ଲଙ୍କା, ଧନିଆ ପତ୍ର, ହେଙ୍ଗୁ, ପଞ୍ଚଫୁଟଣ, ଭୃସଙ୍ଗ ପତ୍ର, ରସୁଣ, ଲୁଣ, ହଳଦୀ ଓ ଗୋଲମରିଚ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ତେନ୍ତୁଳିକୁ ପାଣିରେ କିଛି ସମୟ ଭିଜାଇ ଦିଅନ୍ତୁ। ଏହାପରେ ତେନ୍ତୁଳି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ସୋରିଷ, ଭୃସଙ୍ଗପତ୍ର ଓ ହେଙ୍ଗୁ ପକାନ୍ତୁ। ଏହାପରେ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ଟମାଟୋକୁ ଏଥିରେ ପକାଇ ନରମ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ସହଜରେ କରିପାରିବେ ଟମାଟୋ ରସମ୍‌

rasam

ଆବଶ୍ୟକ ସାମଗ୍ରୀ: ଟମାଟୋ, ତେନ୍ତୁଳି, ଶୁଖିଲା ଲଙ୍କା, ଧନିଆ ପତ୍ର, ହେଙ୍ଗୁ, ପଞ୍ଚଫୁଟଣ, ଭୃସଙ୍ଗ ପତ୍ର, ରସୁଣ, ଲୁଣ, ହଳଦୀ ଓ ଗୋଲମରିଚ

Advertisment

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ତେନ୍ତୁଳିକୁ ପାଣିରେ କିଛି ସମୟ ଭିଜାଇ ଦିଅନ୍ତୁ। ଏହାପରେ ତେନ୍ତୁଳି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ସୋରିଷ, ଭୃସଙ୍ଗପତ୍ର ଓ ହେଙ୍ଗୁ ପକାନ୍ତୁ। ଏହାପରେ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ଟମାଟୋକୁ ଏଥିରେ ପକାଇ ନରମ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଟମାଟୋ ଟିକେ ନରମ ହୋଇ ଆସିଲେ ସେଥିରେ ହଳଦୀ, ରସୁଣ(ଗୋଟା ପକାଇପାରିବେ ଅବା ଛୋଟ ଛୋଟ ଖଣ୍ଡ କରି ପକାଇପାରିବେ), ଗୋଲମରିଚ ଓ ଜିରା ଗୁଣ୍ଡ ପକାଇ ଘାଣ୍ଟନ୍ତୁ। ତା’ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ତେନ୍ତୁଳି ପାଣିକୁ ଏଥିରେ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଛାଡି ଦିଅନ୍ତୁ। ଫୁଟିବାର କିଛି ସମୟ ପରେ ଏଥିରେ ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟମାଟୋ ରସମ୍। ଏହାକୁ ଆପଣ ଭାତ ଧରି ମଧ୍ୟ ଖାଇ ପାରିବେ।