/odisha-reporter/media/post_attachments/uploads/2017/12/soya6.jpg)
soya
ଆବଶ୍ୟକ ସାମଗ୍ରୀ: ସୋୟାବିନ, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲମରିଚ, ପିଆଜ, ଶିମଳା ଲଙ୍କା, ଚିଲି ସସ୍, ସୋୟା ସସ୍, ରସୁଣ, ଅଦା, କଟା ପିଆଜ, କଞ୍ଚାଲଙ୍କା, ଟମାଟୋ ସସ୍, ଲୁଣ ଓ ତେଲ
Advertisment
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ । ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ କାଢି ନିଅନ୍ତୁ। ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ।
ଏବେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା ରସୁଣ, ପିଆଜ କଞ୍ଚାଲଙ୍କା ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ । ସେଥିରେ ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଓ ଅଳ୍ପ ଲୁଣ ପକାନ୍ତୁ। ଏଥିରେ ଅଧାକପ୍ ପାଣି ମିଶାଇ ଝୋଳକୁ ଗାଢ଼ା କରନ୍ତୁ। ଏବେ ପୂର୍ବରୁ ରଖିଥିବା ସୋୟାବିନକୁ ଝୋଳରେ ପକାଇ ୧ ମିନିଟ ଯାଏଁ କଷନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୋୟା ମଞ୍ଚୁରିଆନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
