ଘରେ କରନ୍ତୁ ସୋୟା ମଞ୍ଚୁରିଆନ

ଆବଶ୍ୟକ ସାମଗ୍ରୀ: ସୋୟାବିନ, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲମରିଚ, ପିଆଜ, ଶିମଳା ଲଙ୍କା, ଚିଲି ସସ୍, ସୋୟା ସସ୍, ରସୁଣ, ଅଦା, କଟା ପିଆଜ, କଞ୍ଚାଲଙ୍କା, ଟମାଟୋ ସସ୍‌, ଲୁଣ ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ । ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ କାଢି ନିଅନ୍ତୁ। ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି […]

soya

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 09:01 AM IST

ଆବଶ୍ୟକ ସାମଗ୍ରୀ: ସୋୟାବିନ, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଗୋଲମରିଚ, ପିଆଜ, ଶିମଳା ଲଙ୍କା, ଚିଲି ସସ୍, ସୋୟା ସସ୍, ରସୁଣ, ଅଦା, କଟା ପିଆଜ, କଞ୍ଚାଲଙ୍କା, ଟମାଟୋ ସସ୍‌, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୋୟାବିନକୁ ଗରମ ପାଣିରେ ତିନି ଚାରି ମିନିଟ ବତୁରାଇ ଦିଅନ୍ତୁ । ଏହାପରେ ସୋୟାବିନ ଗୁଡ଼ିକୁ ପାଣିରୁ କାଢି ନିଅନ୍ତୁ। ଏକ ପାତ୍ରରେ ବତୁରି ଯାଇଥିବା ସୋୟାବିନକୁ କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ  ରଖିଦିଅନ୍ତୁ।

ଏବେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ସେଥିରେ ଅଦା ରସୁଣ, ପିଆଜ କଞ୍ଚାଲଙ୍କା  ଓ ଶିମିଳା ଲଙ୍କା ପକାଇ ୧ମିନିଟ ଭାଜନ୍ତୁ । ସେଥିରେ ଟମାଟୋ ସସ୍, ଚିଲି ସସ୍‌, ସୋୟା ସସ୍‌ ଓ ଅଳ୍ପ ଲୁଣ ପକାନ୍ତୁ। ଏଥିରେ  ଅଧାକପ୍‌ ପାଣି ମିଶାଇ ଝୋଳକୁ ଗାଢ଼ା କରନ୍ତୁ।  ଏବେ ପୂର୍ବରୁ ରଖିଥିବା ସୋୟାବିନକୁ ଝୋଳରେ ପକାଇ ୧ ମିନିଟ ଯାଏଁ କଷନ୍ତୁ।  ଏବେ ପ୍ରସ୍ତୁତ ହୋଇଗଲା ସୋୟା ମଞ୍ଚୁରିଆନ।

Related story