Advertisment

ଆସିଲାଣି ଶୀତ ଦିନ: ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ପାଖେଇ ଆସିଲାଣି ଶୀତ ଦିନ। ଏହି ଋତୁରେ ଶରୀରକୁ ଫିଟ୍‌ ରଖିବା ନିହାତି ଆବଶ୍ୟକ। କାରଣ ଏହି ଋତୁରେ ସଂକ୍ରମିତ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ଏଥିସହ ତ୍ୱଚାର ମଧ୍ୟ ଠିକ୍ ଭାବେ ଯତ୍ନ ନେବା ନିହାତି ଜରୁରୀ। ଏହି ଦିନରେ ତ୍ୱଚା ଶୁଷ୍କ ହୋଇଯାଏ। ଫଳରେ ଏହାର ଚମକ କମି ଯାଇଥାଏ। ଏହି ଋତୁରେ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବା ପାଇଁ ଆପଣାନ୍ତୁ କିଛି ଟିପ୍ସ। ଏହାଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ିବ। ତ୍ୱଚାକୁ ସଫା ରଖନ୍ତୁ […]

ଆସିଲାଣି ଶୀତ ଦିନ: ଏପରି ନିଅନ୍ତୁ ତ୍ୱଚାର ଯତ୍ନ

skin

Advertisment

ପାଖେଇ ଆସିଲାଣି ଶୀତ ଦିନ। ଏହି ଋତୁରେ ଶରୀରକୁ ଫିଟ୍‌ ରଖିବା ନିହାତି ଆବଶ୍ୟକ। କାରଣ ଏହି ଋତୁରେ ସଂକ୍ରମିତ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ଏଥିସହ ତ୍ୱଚାର ମଧ୍ୟ ଠିକ୍ ଭାବେ ଯତ୍ନ ନେବା ନିହାତି ଜରୁରୀ। ଏହି ଦିନରେ ତ୍ୱଚା ଶୁଷ୍କ ହୋଇଯାଏ। ଫଳରେ ଏହାର ଚମକ କମି ଯାଇଥାଏ। ଏହି ଋତୁରେ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବା ପାଇଁ ଆପଣାନ୍ତୁ କିଛି ଟିପ୍ସ। ଏହାଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ିବ।

Advertisment

ତ୍ୱଚାକୁ ସଫା ରଖନ୍ତୁ

ସାଧାରଣତଃ ଅନେକ ଲୋକେ ଏହି ଋତୁରେ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ। ଏହି କାରଣରୁ ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଏହି ଋତୁରେ ପ୍ରତିଦିନ ତ୍ୱଚାକୁ ଭଲ ଭାବରେ ସଫା କରିବା ଉଚିତ। ଦହି ଓ ଚିନିରେ ପ୍ରସ୍ତୁତ ହୋଇଥିବା ସ୍କ୍ରବ ବ୍ୟବହାର କରନ୍ତୁ।

ସନ୍‌ ସ୍କ୍ରିନ୍‌

ଶୀତ ଦିନ ସମସ୍ତେ ଖରାରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ସନ୍‌ ସ୍କ୍ରିନ୍‌ ଲୋସନ୍ ଲଗାଇବା ଭଲ। ଫଳରେ ଶରୀରକୁ କ୍ଷତି ପହଞ୍ଚାଉଥିବା କିରଣ ୟୁବିଏ ଓ ୟୁବିବି ଠାରୁ ତ୍ୱଚାକୁ ରକ୍ଷା କରି ପାରିବେ।

Advertisment

ପ୍ରତିଦିନ ସ୍ନାନ କରନ୍ତୁ

ଏହି ଋତୁରେ ସାଧାରଣତଃ ଲୋକେ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ଥଣ୍ଡା ହେଉଥିବା ଯୋଗୁଁ ଅନେକ ଲୋକ ଦୁଇରୁ ତିନି ଦିନ ଯାଏଁ ଲୋକେ ଗାଧାନ୍ତି ନାହିଁ। ଫଳରେ ତ୍ୱଚା ଶୁଖିଲା ଦେଖାଯାଏ। ତ୍ୱଚାକୁ ସୁନ୍ଦର ରଖିବା ପାଇଁ ପ୍ରତିଦିନ ଗରମ ପାଣିରେ ଗାଧାନ୍ତୁ।

ପାଣି ପିଅନ୍ତୁ

ସାଧାରଣତଃ ଶୀତ ଦିନ ଆସିଲେ ଲୋକେ କମ୍ ପାଣି ପିଇଥାନ୍ତି। ଯାହାର ପ୍ରଭାବ ସିଧାସଳଖ ମୁହଁ ଓ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ। ଏଥିରୁ ଦୂରେଇ ରହିବା ପାଇଁ ଯଥେଷ୍ଟ ମାତ୍ରରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରେ ଥିବା ବର୍ଜ୍ୟବସ୍ତୁ ବାହାରିବାରେ ସହଜ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe