masur
ଭୁବନେଶ୍ୱର(ଓଡିଶା ରିପୋର୍ଟର): ମସୁର ଡାଲି ଖାଇବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି। ଏହା ପାଟିକୁ ସୁଆଦ ଲାଗେ। ଏହା ଶରୀର ପାଇଁ ମଧ୍ୟ ଭଲ। ଏହି ଡାଲିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଥାଏ। ଏହା ମେଦବହୁଳତା କମ୍ କରିବାରେ ସାହାଯ୍ୟ କରେ। ଏହା କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଫସ୍ଫରସ୍ ସହ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି ଯାହା ଦାନ୍ତକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ। କିନ୍ତୁ ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ସପ୍ତାହରେ ସବୁଦିନ ମସୁର ଡାଲି ଖାଇବା ଅନୁଚିତ।
ସପ୍ତାହରେ ଗୋଟିଏ ଦିନ ମସୁର ଡାଲିଠୁ ଦୁରେଇ ରହିବା ଉଚିତ। ସେହି ଦିନଟି ହେଉଛି- ‘ରବିବାର’। ଏହି ଦିନ ମସୁର ଡାଲି ଖାଇଲେ ମଧୁମେହ ରୋଗ ହୋଇଥାଏ ବୋଲି ଶାସ୍ତ୍ରବିତ୍ କୁହନ୍ତି। ଯଦିଓ ଗୋଟେ ଦିନରେ ଏହି ରୋଗ ହୋବନି ତେବେ ରବିବାରେ ମସୁର ଡାଲି ଖାଇବା ଦ୍ୱାରା ଆପଣ ଅଧିକ ପରିସ୍ରା ଯିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us