code
ନୂଆଦିଲ୍ଲୀ: ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ରେ ହେଉଥିବା ଛୋଟ ଛୋଟ ସମସ୍ୟା ପାଇଁ ଆମେ ଦୋକାନ କିମ୍ବା ସର୍ଭିସ ସେଣ୍ଟର ଉପରେ ନିର୍ଭର କରନ୍ତି, କିମ୍ବା କେଉଁ ଏକ୍ସପର୍ଟଙ୍କୁ ପଚାରନ୍ତି। କିନ୍ତୁ ଆମ ଫୋନ୍ରେ ଏମିତି କିଛି ସିକ୍ରେଟ୍ କୋଡ୍ ଅଛି ଯେଉଁଗୁଡ଼ିକୁ ଡାଏଲ୍ କଲେ ଆମେ ଆମ ଫୋନ୍ ବିଷୟରେ ସବୁ କିଛି ଜାଣିପାରିବା ଏବଂ ଆମକୁ ଆଉ କାହାର ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ସେଇ ସବୁ ଦରକାରୀ ସିକ୍ରେଟ୍ କୋଡ୍ ବିଷୟରେ।
୧. *2767*3855# ଏହି କୋଡକୁ ଡାଏଲ୍ କଲେ ଆପଣଙ୍କ ଫୋନ୍ ରିସେଟ୍ ହୋଇଯିବ। ଫୋନ୍ ମେମୋରୀରେ ଥିବା ସମସ୍ତ ତଥ୍ୟ ଡିଲିଟ୍ ହୋଇଯିବ। ଆବଶ୍ୟକ ପଡ଼ିଲେ କୋଡର ବ୍ୟବହାର କରନ୍ତୁ। ନହେଲେ ଫୋନ୍ରେ ଥିବା ସମସ୍ତ ଡାଟା ଅଯଥାରେ ନଷ୍ଟ ହୋଇଯିବ।
୨. *#21# ଡାଏଲ୍ କରି ଆପଣ ଜାଣିପାରିବେ ଯେ ଆପଣଙ୍କ କଲ୍, ମେସେଜ୍ କିମ୍ବା ମୋବାଇଲ୍ରେ ଥିବା ଡାଟା ଅନ୍ୟ ଏକ ମୋବାଇଲ୍କୁ ଡାଇଭର୍ଟ କରାଯାଉଛି କି ନାହିଁ।
୩. *#*#2664#*#* ଏହି କୋଡ୍ ସାହାଯ୍ୟରେ ସ୍ମାର୍ଟଫୋନ୍ର ଟଚ୍ସ୍କ୍ରିନ୍ ଠିକ୍ଭାବରେ କାର୍ଯ୍ୟ କରୁଛି କି ନା ତାହା ଟେଷ୍ଟ କରିପାରିବେ।
୪. *#*#4636#*#* ଏହି କୋଡ ଡାଏଲ୍ କରି ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ ବିଷୟରେ ସମସ୍ତ ତଥ୍ୟ ଜାଣିପାରିବେ। ଯେପରି ବ୍ୟାଟେରୀ, ମୋବାଇଲ୍ ଡିଟେଲ୍ସ, ୱାଇ-ଫାଇ ସୂଚନା ଓ ଆପ୍ର ବ୍ୟବହାର ଇତ୍ୟାଦି।
୫. *#*#0842#*#* ଡାଏଲ୍ କରି ଫୋନ୍ ଭାଇବ୍ରେସନ ଟେଷ୍ଟ କରାଯାଇଥାଏ।
୬. *#*#34971539#*#* ଏହି କୋଡ୍ ଫୋନ୍ର କ୍ୟାମେରା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥାଏ।
୭. ଅନେକ ଥର ଆପଣଙ୍କ ନମ୍ବର no-service କିମ୍ବା no-answer କହିଥାଏ। ଏପରି ସ୍ଥଳେ *#62# କୋଡ୍କୁ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ରେ ଡାଏଲ୍ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଫୋନ୍ ଅନ୍ୟ ନମ୍ବରେ ରି-ଡାଇରେକ୍ଟ ହୋଇଛି କି ନାହିଁ ଜାଣିପାରିବେ।
୮. *43# ଏହି କୋଡ୍ ଡାଏଲ୍ କରି ଫୋନ୍ରେ କଲ୍ ୱେଟିଂ ସେବା ଆରମ୍ଭ କରିପାରିବେ। ସେହିପରି #43# ଡାଏଲ୍ କରି ଏହାକୁ ବନ୍ଦ ମଧ୍ୟ କରିପାରିବେ।
୯. ##002# ଯଦି ଆପଣଙ୍କ କଲ୍ ଡାଇଭର୍ଟ ହୋଇଥାଏ, ତା’ହାଲେ ଆପଣ ଏହି କୋଡ୍କୁ ଡାଏଲ୍ କରିପାରିବେ। ଏହା ସାହାଯ୍ୟରେ ଆଣ୍ଡ୍ରଏଡ୍ ଫୋନ୍ର ସମସ୍ତ ଫରୱାର୍ଡିଂ ସେବାକୁ ଡିଆକ୍ଟିଭ୍ କରିପାରିବେ।
୧୦. *#06# ଏହି କୋଡ ଡାଏଲ୍ କରି ମୋବାଇଲ୍ର IMEI ନମ୍ବର ଜାଣିପାରିବେ। ଏହି କୋଡ ମାଧ୍ୟମରେ ହିଁ ଯେକୌଣସି ଫୋନ୍କୁ ଚିହ୍ନଟ କରାଯାଇପାରେ। ବିଭିନ୍ନ ଫୋନ୍ ପାଇଁ କୋଡ୍ ଆଲଗା ଅଲଗା ହୋଇଥାଏ। ଏହା ସାହାଯ୍ୟରେ ପୋଲିସ୍ ଫୋନ୍କୁ ଟ୍ରାକ୍ କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/code.jpg)