କେଉଁ ଗଛକୁ ପୂଜା କଲେ କ'ଣ ହୁଏ ଜାଣନ୍ତୁ

ହିନ୍ଦୁ ଶାସ୍ତ୍ରରେ ଗଛ ମାନଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗଛକୁ ପୂଜା କରିବା ଦ୍ୱାରା କୁଣ୍ଡଳୀରେ ଥିବା ସମସ୍ତ ଦୋଷ ଦୂର ହୋଇଥାଏ । ମଣିଷ ଜୀବନର ନାନା ସମସ୍ୟାକୁ ଗଛ ତାର ସକାରାତ୍ମକ ଶକ୍ତିରେ ଦୂର କରିପାରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁ ସବୁ ଗଛକୁ ପୂଜା କଲେ କ’ଣ ସବୁ ଫାଇଦା ମିଳିଥାଏ। ତୁଳସୀ: ତୁଳସୀ ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି […]

tulasicopy

tulasicopy

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 09:25 AM IST

Sports

Latest News

ହିନ୍ଦୁ ଶାସ୍ତ୍ରରେ ଗଛ ମାନଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗଛକୁ ପୂଜା କରିବା ଦ୍ୱାରା କୁଣ୍ଡଳୀରେ ଥିବା ସମସ୍ତ ଦୋଷ ଦୂର ହୋଇଥାଏ । ମଣିଷ ଜୀବନର ନାନା ସମସ୍ୟାକୁ ଗଛ ତାର ସକାରାତ୍ମକ ଶକ୍ତିରେ ଦୂର କରିପାରିଥାଏ। ତା'ହେଲେ ଆସନ୍ତୁ ଜାଣିବା କେଉଁ ସବୁ ଗଛକୁ ପୂଜା କଲେ କ'ଣ ସବୁ ଫାଇଦା ମିଳିଥାଏ।

ତୁଳସୀ: ତୁଳସୀ ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ। ଯେଉଁ ଘରେ ତୁଳସୀ ଗଛ ପୂଜା କରାଯାଏ, ସେହି ଘରେ ମା' ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଓସ୍ତ ଗଛ: ଓସ୍ତ ଗଛକୁ ପୂଜା କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଲାଭ ହୋଇଥାଏ।

ନିମ୍ୱ ଗଛ: ନିମ୍ୱ ଗଛ ପୂଜା କଲେ  କୁଣ୍ଡଳୀର ସବୁ ଦୋଷ ଏବଂ ରୋଗ ଦୂର ହେବା ସହ ପରିବାରରେ ସୁଖ ଶାନ୍ତି ବଜାୟ ରହେ।

ବର ଗଛ: ବର ଗଛକୁ ବଟ ବୃକ୍ଷ ମଧ୍ୟ କୁହାଯାଏ। ଏହି ଗଛ ଅତ୍ୟନ୍ତ ପବିତ୍ର । ମହିଳାମାନେ ଏହି ଗଛକୁ ପୂଜାକଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୁଏ।

ଅଁଳା: ଅଁଳା ଗଛ ପୂଜା କଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏପରି କଲେ ଧନ ସମ୍ୱନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

ବେଲ: ବେଲ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ବେଲ ଗଛ ପୂଜା କଲେ ଚାକିରିରେ ଉନ୍ନତି ହୋଇଥାଏ।

କଦଳୀ ଗଛ: କୁଣ୍ଡଳୀରେ ଗୁରୁ ଦୋଷ ଥିଲେ କଦଳୀ ଗଛ ପୂଜା କଲେ ଅନେକ ଲାଭ ମିଳିଥାଏ। ଏହି ଗଛକୁ ପୂଜା କଲେ ବିବାହ ଯୋଗ ଶୀଘ୍ର ଫିଟିଥାଏ।

ଅଶୋକ: ଅଶୋକ ଗଛକୁ ପୂଜା କଲେ ସବୁ  ପ୍ରକାର ରୋଗ ଦୂର ହଏ ଏବଂ ପାରିବାରିକ ଜୀବନ ସୁଖମୟ ହୋଇଥାଏ। ମନୋସ୍କାମନା ପୂରଣ କରିବା ପାଇଁ ଅଶୋକ ଗଛକୁ ପୂଜା କରାଯାଏ।

ଲାଲ ଚନ୍ଦନ: ସୂର୍ଯ୍ୟ ସମ୍ବନ୍ଧୀୟ ଗ୍ରହ ଦୋଷ ଥିଲେ ଲାଲ ଚନ୍ଦନ ଗଛ ବିଧି- ବିଧାନ ସହ ପୂଜା କରନ୍ତୁ । ଏହି ଗଛକୁ ପୂଜା କଲେ ଚାକରିରେ ପଦୋନ୍ନତି ଶୀଘ୍ର ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos