Advertisment

କେଉଁ ଗଛକୁ ପୂଜା କଲେ କ'ଣ ହୁଏ ଜାଣନ୍ତୁ

ହିନ୍ଦୁ ଶାସ୍ତ୍ରରେ ଗଛ ମାନଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗଛକୁ ପୂଜା କରିବା ଦ୍ୱାରା କୁଣ୍ଡଳୀରେ ଥିବା ସମସ୍ତ ଦୋଷ ଦୂର ହୋଇଥାଏ । ମଣିଷ ଜୀବନର ନାନା ସମସ୍ୟାକୁ ଗଛ ତାର ସକାରାତ୍ମକ ଶକ୍ତିରେ ଦୂର କରିପାରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁ ସବୁ ଗଛକୁ ପୂଜା କଲେ କ’ଣ ସବୁ ଫାଇଦା ମିଳିଥାଏ। ତୁଳସୀ: ତୁଳସୀ ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି […]

କେଉଁ ଗଛକୁ ପୂଜା କଲେ କ'ଣ ହୁଏ ଜାଣନ୍ତୁ

tulasicopy

Advertisment

ହିନ୍ଦୁ ଶାସ୍ତ୍ରରେ ଗଛ ମାନଙ୍କୁ ଏକ ବିଶେଷ ସ୍ଥାନ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗଛକୁ ପୂଜା କରିବା ଦ୍ୱାରା କୁଣ୍ଡଳୀରେ ଥିବା ସମସ୍ତ ଦୋଷ ଦୂର ହୋଇଥାଏ । ମଣିଷ ଜୀବନର ନାନା ସମସ୍ୟାକୁ ଗଛ ତାର ସକାରାତ୍ମକ ଶକ୍ତିରେ ଦୂର କରିପାରିଥାଏ। ତା'ହେଲେ ଆସନ୍ତୁ ଜାଣିବା କେଉଁ ସବୁ ଗଛକୁ ପୂଜା କଲେ କ'ଣ ସବୁ ଫାଇଦା ମିଳିଥାଏ।

Advertisment

ତୁଳସୀ: ତୁଳସୀ ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ। ଯେଉଁ ଘରେ ତୁଳସୀ ଗଛ ପୂଜା କରାଯାଏ, ସେହି ଘରେ ମା' ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଓସ୍ତ ଗଛ: ଓସ୍ତ ଗଛକୁ ପୂଜା କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଲାଭ ହୋଇଥାଏ।

Advertisment

ନିମ୍ୱ ଗଛ: ନିମ୍ୱ ଗଛ ପୂଜା କଲେ  କୁଣ୍ଡଳୀର ସବୁ ଦୋଷ ଏବଂ ରୋଗ ଦୂର ହେବା ସହ ପରିବାରରେ ସୁଖ ଶାନ୍ତି ବଜାୟ ରହେ।

publive-imageବର ଗଛ: ବର ଗଛକୁ ବଟ ବୃକ୍ଷ ମଧ୍ୟ କୁହାଯାଏ। ଏହି ଗଛ ଅତ୍ୟନ୍ତ ପବିତ୍ର । ମହିଳାମାନେ ଏହି ଗଛକୁ ପୂଜାକଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୁଏ।

ଅଁଳା: ଅଁଳା ଗଛ ପୂଜା କଲେ ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏପରି କଲେ ଧନ ସମ୍ୱନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

ବେଲ: ବେଲ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ବେଲ ଗଛ ପୂଜା କଲେ ଚାକିରିରେ ଉନ୍ନତି ହୋଇଥାଏ।

publive-imageକଦଳୀ ଗଛ: କୁଣ୍ଡଳୀରେ ଗୁରୁ ଦୋଷ ଥିଲେ କଦଳୀ ଗଛ ପୂଜା କଲେ ଅନେକ ଲାଭ ମିଳିଥାଏ। ଏହି ଗଛକୁ ପୂଜା କଲେ ବିବାହ ଯୋଗ ଶୀଘ୍ର ଫିଟିଥାଏ।

ଅଶୋକ: ଅଶୋକ ଗଛକୁ ପୂଜା କଲେ ସବୁ  ପ୍ରକାର ରୋଗ ଦୂର ହଏ ଏବଂ ପାରିବାରିକ ଜୀବନ ସୁଖମୟ ହୋଇଥାଏ। ମନୋସ୍କାମନା ପୂରଣ କରିବା ପାଇଁ ଅଶୋକ ଗଛକୁ ପୂଜା କରାଯାଏ।

ଲାଲ ଚନ୍ଦନ: ସୂର୍ଯ୍ୟ ସମ୍ବନ୍ଧୀୟ ଗ୍ରହ ଦୋଷ ଥିଲେ ଲାଲ ଚନ୍ଦନ ଗଛ ବିଧି- ବିଧାନ ସହ ପୂଜା କରନ୍ତୁ । ଏହି ଗଛକୁ ପୂଜା କଲେ ଚାକରିରେ ପଦୋନ୍ନତି ଶୀଘ୍ର ହୋଇଥାଏ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe