Advertisment

ଗଣଦୁଷ୍କର୍ମର ପୀଡ଼ିତା ନାବାଳିକାଙ୍କୁ ଧମକାଉଛନ୍ତି ଲେଡି କନଷ୍ଟେବଳ !

କୋରାପୁଟ (ଓଡ଼ିଶା ରିପୋର୍ଟର): ପୋଲିସ୍ ବିରୋଧରେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆଣିଛନ୍ତି ସାଂଘାତିକ ଅଭିଯୋଗ। ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଲେଡି କନଷ୍ଟେବଲ୍ ମୁହଁ ଖୋଲିବା ଲାଗି ତାଙ୍କୁ ଧମକାଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।

ପୀଡ଼ିତାଙ୍କ ମୋବାଇଲ୍ ଫୁଟେଜ୍

(ସତ କଥା କହିଛି, କାହିଁକି ମିଛ କହିବି...

ମୋର ଇଜ୍ଜତ ବିକ୍ରି ହେଲାପରି ହୋଇଛି...

ତୁ ମିଛ କଥା କହୁଛୁ ସତ କଥା କହି ଦେ ଯଦି ମୁଁଇ ...

ଏଇଟା ମେଡିକାଲ୍ କେଶ୍  ହୋଇଗଲା ବୋଲି...

ନହେଲେ ଥାନା କେଶ୍ ଖାଲି ହୋଇଥିଲେ ତତେ ଏମିତି ପିଟିଥାନ୍ତି ଯେ ଏତିକି ସମୟରେ ତୋର କଥା ସବୁ ବାହାର କରିଦେଇଥାନ୍ତି, ମିଡିଆବାଲା ସାମ୍ନାରେ କହିସାରିଥାନ୍ତୁ)

ଅଟକ ନାବାଳକକୁ ଛାଡିଦେଲା ପୋଲିସ୍‌

ଅନ୍ୟପକ୍ଷରେ ଗଣଦୁଷ୍କର୍ମ ମାମଲାରେ ପଚରାଉଚରା ପାଇଁ ଅଟକ ରଖାଯାଇଥିବା ନାବାଳକକୁ ଗତକାଲି ପୋଲିସ୍ ଛାଡ଼ି ଦେଇଛି। ଗତ ୧୮ ତାରିଖରେ ଏହି ନାବାଳକର ଭୁବନେଶ୍ୱର ଫୋରେନସିକ୍ ସାଇନ୍ସ ଲ୍ୟାବ୍‌ରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ତା’ଠୁ କୌଣସି ସୂଚନା ନମିଳିବା ପରେ ପୋଲିସ୍ ତାକୁ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।

ଥାନାରୁ ଆସିବା ପରେ ମୁହଁ ଖୋଲିଛନ୍ତି ନାବାଳକ। ସେ କହିଛନ୍ତି- “ପୋଲିସ୍ ଡରାଇବାରୁ ପ୍ରଥମେ ମିଛ କହିଥିଲି। ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ।”

ତଦନ୍ତର ଅଗ୍ରଗତିକୁ ନେଇ ପ୍ରଶ୍ନ

ଏହି ମାମଲାରେ ପୋଲିସ୍, ସଂପୃକ୍ତ ନାବାଳକ ସମେତ ୪ ଜଣଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲା। ପ୍ରଥମେ ୩ଜଣ ଆଉ ଏବେ ନାବାଳକକୁ ଛାଡ଼ି ଦେବା ପରେ ତଦନ୍ତର ଅଗ୍ରଗତି ନେଇ ଉଠିଛି ପ୍ରଶ୍ନ। ସବୁଠୁ ବଡ଼ପ୍ରଶ୍ନ ହେଲା, ଏହି ଜଘନ୍ୟ କାଣ୍ଡରେ କେଉଁମାନେ ସଂପୃକ୍ତ ? ନାବାଳିକା ଜଣକ ଅଭିଯୁକ୍ତମାନେ ଯବାନଙ୍କ ଭଳି କମ୍ବାଟ୍ ୟୁନିଫର୍ମ ବା ସ୍ଥାନୀୟ ଭାଷାରେ କାବ୍ରା ଡ୍ରେସ୍ ପିନ୍ଧିଥିବା କହିଥିଲେ। ତାହାଲେ ସେମାନେ କିଏ ? ଘଟଣାର ୧୦ ଦିନ ପରେ ବି ପୋଲିସ୍‌ ହାତ ଖାଲି କାହିଁକି ? ଅନ୍ୟପକ୍ଷରେ ପୀଡିତା ଓ ନାବାଳକ ଆଣିଥିବା ଅଭିଯୋଗରେ ବି କେତେ ସତ୍ୟତା ରହିଛି ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ। ତେବେ ଘଟଣାର ତଦନ୍ତରେ ଅଗ୍ରଗତି ହୋଇଥିବା ୩ ଦିନ ତଳେ ଡିଜିପି କହିଥିଲେ।

କ’ଣ କହୁଛନ୍ତି ଲେଡି କନଷ୍ଟେବଳ ଦେଖନ୍ତୁ ଏ ଭିଡିଓ ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe