lauki-kofta-curry
ଆବଶ୍ୟକ ସାମଗ୍ରୀ: ଲାଉ, ତେଲ, ପିଆଜ, ଅଦା, ବେସନ, ତେଜପତ୍ର, ଟମାଟୋ ପ୍ୟୁରୀ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, କାଜୁ ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କାଟନ୍ତୁ। କଟା ଲାଉରେ ପିଆଜ, ଅଦା ପେଷ୍ଟ୍ ଓ ବେସନ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏହାକୁ ଗୋଲ ଆକାରରେ ବେସନରେ ଗୋଳାଇ ତେଲରେ ଛାଣିଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ତେଜପତ୍ର ଓ ପିଆଜ ପେଷ୍ଟ୍ ପକାନ୍ତୁ। ଏହାକୁ କିଛି ସମୟ ଭାଜନ୍ତୁ। ଭାଜିବା ପରେ ସେଥିରେ ଟମାଟର ପ୍ୟୁରୀ ପକାନ୍ତୁ। ଏହା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଧନିଆ ଗୁଣ୍ଡ ପକାନ୍ତୁ। ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ଏବେ ଏସବୁକୁ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଗଲେ ସେଥିରେ କାଜୁ ପେଷ୍ଟ୍ ଓ ଅଳ୍ପ ପାଣି ଦିଅନ୍ତୁ। ଏବେ ପୂର୍ବରୁ ଛଣା ହୋଇଥିବା ଲାଉକୁ ପକାଇ ମସଲାରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଖାଲି ପାତ୍ରକୁ କାଢି ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲାଉ କୋଫ୍ତା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/lauki-kofta-curry.jpg)