Advertisment

ସଞ୍ଜୟଙ୍କୁ ପୁଣି ଟାର୍ଗେଟ୍ କଲେ ଲୁଲୁ; ଚିଟ୍‌ଫଣ୍ଡ୍ ଲିଙ୍କ୍ ନେଇ ଦେଖାଇଲେ ଫଟୋ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ସହିତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସଂପର୍କ ରହିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ପ୍ରମାଣିତ କରିବାକୁ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ସେ ଆଜି ପୁଣି ସଞ୍ଜୟଙ୍କୁ ଟାର୍ଗେଟ୍ କରି ଏକ ଫଟୋ ଦେଖାଇ ଥିଲେ। ଏହି ଫଟୋରେ ସଞ୍ଜୟଙ୍କ ସହିତ ଆଉ ଜଣେ ବ୍ୟକ୍ତି ବସିଛନ୍ତି ଯିଏ କି ଏବେ ଏଟି ଚିଟ୍‌ଫଣ୍ଡ୍ ଲିଙ୍କ୍‌ ଅଭିଯୋଗରେ ଝାରପଡ଼ା ଜେଲ୍‌ରେ ଅଛନ୍ତି। ଲୁଲୁ ସାମ୍ବାଦିକ ସମ୍ମିଳନୀରେ […]

ଅଦ୍ୟତନ ହୋଇଛି
ସଞ୍ଜୟଙ୍କୁ ପୁଣି ଟାର୍ଗେଟ୍ କଲେ ଲୁଲୁ; ଚିଟ୍‌ଫଣ୍ଡ୍ ଲିଙ୍କ୍ ନେଇ ଦେଖାଇଲେ ଫଟୋ

lulu-mohapatra

Advertisment

lulu-mohapatraଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ସଂସ୍ଥା ସହିତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସଂପର୍କ ରହିଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ପ୍ରମାଣିତ କରିବାକୁ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ସେ ଆଜି ପୁଣି ସଞ୍ଜୟଙ୍କୁ ଟାର୍ଗେଟ୍ କରି ଏକ ଫଟୋ ଦେଖାଇ ଥିଲେ। ଏହି ଫଟୋରେ ସଞ୍ଜୟଙ୍କ ସହିତ ଆଉ ଜଣେ ବ୍ୟକ୍ତି ବସିଛନ୍ତି ଯିଏ କି ଏବେ ଏଟି ଚିଟ୍‌ଫଣ୍ଡ୍ ଲିଙ୍କ୍‌ ଅଭିଯୋଗରେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

Advertisment

ଲୁଲୁ ସାମ୍ବାଦିକ ସମ୍ମିଳନୀରେ ଫଟୋଟିକୁ ଦେଖାଇ ପଚାରିଥିଲେ,“ଏହି ଦୁଇ ମହାପୁରୁଷ କିଏ? (ଫଟୋଟିରେ ସଞ୍ଜୟ ଦାସବର୍ମାଙ୍କ ସହିତ ଆଉ ଜଣେ ବ୍ୟକ୍ତି ବସିଛନ୍ତି ଯିଏ କି ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି।) କେଉଁଠି ସେମାନେ ବସିଛନ୍ତି? ଜଣେ ଘରେ ଲୁଚିଛନ୍ତି (ସଞ୍ଜୟଙ୍କ ଉଦ୍ଦେଶ୍ୟରେ) ଆଉ ଜଣେ ଝାରପଡ଼ା ଜେଲ୍‌ରେ ଅଛନ୍ତି। ଏଟି ସହିତ ଏ ମହାପୁରୁଷ (ସଞ୍ଜୟଙ୍କ ସହିତ ବସିଥିବା ବ୍ୟକ୍ତି)ଙ୍କ ସଂପୃକ୍ତି  ଅଛି ନା ନାହିଁ? ଯେଉଁ ହୋଟେଲ୍‌ରେ ଏ ଦୁଇ ମହାପୁରୁଷ ଉପସ୍ଥିତ ଅଛନ୍ତି ତା’ର ବିଲ୍ କିଏ ପଇଠ କରିଥିଲା? କେଉଁ ସଂସ୍ଥା ବିଲ୍‌ ପଇଠ କରିଥିଲା?  ଯଦି ସତ୍‌ସାହାସ ଅଛି ତା’ହେଲେ ବିଜୁ ଯୁବ ଜନତା ଦଳର ଦାୟିତ୍ୱରେ ଯିଏ ଅଛନ୍ତି ଓ ଓଡ଼ିଶାର ୨୦ ଲକ୍ଷ ପରିବାରକୁ ଯିଏ ବରବାଦ କରିଛନ୍ତି ସେ ଦୟାକରି ଏହାର ଉତ୍ତର ଦିଅନ୍ତୁ। ବିଜୁ ଯୁବ ଜନତା ଦଳର ଯେଉଁ ତୁଙ୍ଗ ନେତାମାନେ ମୋ କୁଶପୁତ୍ତଳିକା ଦାହ କରିଥିଲେ ଓ ମୋତେ ଗିରଫ କରିବା ପାଇଁ ଡିଜି ଅଫିସ୍‌କୁ ଯାଇ ଦାବି କରିଥିଲେ ସେମାନଙ୍କୁ ଅନୁରୋଧ କରୁଛି ଦୟାକରି ମୋ ପ୍ରଶ୍ନର ଉତ୍ତର ଦେବା ପାଇଁ ସେମାନଙ୍କ ନେତାଙ୍କୁ କୁହନ୍ତୁ।”

ସଞ୍ଜୟଙ୍କ ସହିତ ବସିଥିବା ବ୍ୟକ୍ତି ଜଣଙ୍କ ଏବେ ଝାରପଡ଼ାରେ ଅଛନ୍ତି ବୋଲି ଲୁଲୁ କହିଥିଲେ ସୁଦ୍ଧା ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ପଚାରିବା ପରେ ବି ସେ ତାଙ୍କ ନାଁ କହି ନ ଥିଲେ।  ତେବେ ସେ କହିଥିଲେ,“ଏଇ ଫଟୋଟି ହେଉଛି ୨୦୧୪ ଏପ୍ରିଲ୍ ମାସର। ଏହା ହେଉଛି ୨୦୧୪ ନିର୍ବାଚନର ଦଶ ବାର ଦିନର ଫଟୋ। ଏହି ଫଟୋଟି ଯେଉଁ ହୋଟେଲ୍‌ରେ ଉଠାଇ ଯାଇଛି ସେହି ହୋଟେଲ୍‌ରେ ସେହି ଦିନ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ରେଡ୍ କରାଯାଇଥିଲା। ଏହି ହୋଟେଲ୍‌ଟି ପୁରୀରେ ଅଛି। ଏହାର ନାଁ ହଲିଡେ ରିସୋର୍ଟ।”

Advertisment

ଲୁଲୁ କହିଥିଲେ,“ଫଟୋରେ ଥିବା ଏହି ଦୁଇ ଜଣ ଉକ୍ତ ଚିଟ୍‌ଫଣ୍ଡ୍ (ଅର୍ଥତତ୍ତ୍ୱ ଉଦ୍ଦେଶ୍ୟରେ)କୁ ପୂରା ପରିଚାଳନା କରୁଥିଲେ। ଏ ଦୁହେଁ ସେହି ଚିଟ୍‌ଫଣ୍ଡ୍ ସଂସ୍ଥାର ବ୍ରାଣ୍ଡଆମ୍ବାସଡର ଥିଲେ।”

ଏହି ଫଟୋକୁ ନେଇ ସଞ୍ଜୟ ଦାସବର୍ମାଙ୍କର ଚିଟ୍‌ଫଣ୍ଡ୍ ସଂସ୍ଥା ସହିତ ସଂପର୍କ ଥିଲା ବୋଲି ପ୍ରମାଣ କରି ହେବ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ଲୁଲୁ କହିଥିଲେ,“ମୁଁ କାହାରି ନାଁ ନେବା ପାଇଁ ଚାହୁଁ ନାହିଁ। ଆପଣମାନେ ଏହି ଫଟୋ ନେଇ ଲ୍ୟାବ୍‌ରେ ପରୀକ୍ଷା କରି ପାରନ୍ତି।”

ଚିଟ୍‌ଫଣ୍ଡ୍ ସଂସ୍ଥାରୁ ବିଜେଡି ଟଙ୍କା ନେଇ ପୂରା ନିର୍ବାଚନ ଲଢ଼ିଛି ବୋଲି ଦାବି କରିଛନ୍ତି ଲୁଲୁ। ସେ କହିଥିଲେ,“ଫଟୋରେ ଯେଉଁ ବ୍ୟକ୍ତି ଜଣଙ୍କ ସଞ୍ଜୟଙ୍କ ସହିତ ଅଛନ୍ତି ସେ ଏଟି (ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌) ଲିଙ୍କରେ ଗିରଫ ହୋଇ ଦୁଇ ବର୍ଷ ହେଲାଣି ଜେଲ୍‌ରେ ଅଛନ୍ତି। ସେ ଓ ଆଉ ଚାରି ପାଞ୍ଚ ଜଣ ଏଟ୍ ଓ ବିଜେଡି ମଧ୍ୟରେ ଯୋଗସୂତ୍ର ରକ୍ଷା କରୁଥିଲେ। ସେମାନଙ୍କ ମାଧ୍ୟମରେ ଉକ୍ତ ଚିଟ୍‌ଫଣ୍ଡ୍ ସଂସ୍ଥାରୁ ବିଜେଡିକୁ ଟଙ୍କା ଯାଉଥିଲା। ଚିଟ୍‌ଫଣ୍ଡ୍ ଟଙ୍କାରେ ବିଜେଡି ପୂରା ନିର୍ବାଚନ ଲଢ଼ିଛି।”

ଚିଟ୍‌ଫଣ୍ଡ୍ ଟଙ୍କାରେ ବିଜେଡି ନିର୍ବାଚନ ଲଢ଼ିଥିବାରୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବି ଦାୟୀ ବୋଲି ପଚରା ଯିବାରେ ସେ କହିଥିଲେ ଯେ ସେ କଥା ମୁଖ୍ୟମନ୍ତ୍ରୀଙ୍କୁ ପଚାର।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଗୋଟିଏ ଫଟୋ ନୁହେଁ ଏବେ ବହୁ ଫଟୋ ବର୍ତ୍ତମାନ ପ୍ରଦର୍ଶୀତ ହେଉଛି। ଡି’ବ୍ରଦର୍ସ ଲିଙ୍କ୍ ନେଇ ବହୁ ଫଟୋ ପ୍ରକାଶିତ କରାଯାଇଛି। କିଏ କେଉଁଠି କେଉଁ ସ୍ଥିତିରେ କାହା ସହିତ ବସୁଛି ସେଥିରୁ କିଛି ଲିଙ୍କ୍ ପ୍ରମାଣିତ କରିବା କଷ୍ଟକର। ଯଦି ଅଭିଯୋଗ ସଂପର୍କିତ ଆବଶ୍ୟକ କାଗଜପତ୍ର ଥିବ ତା’ହେଲେ ତାହା ବିଚାର ପରିସରଭୁକ୍ତ ହେବ। ଲୁଲୁ ଯେଉଁ ଫଟୋଟି ଦେଖାଉଛନ୍ତି ତାହା ୨୦୧୪ର। ତା’ହେଲେ ଦୁଇ ବର୍ଷ ପରେ ସେ କାହିଁକି ଏ କଥା ଉଠାଉଛନ୍ତି। ଚିଟ୍‌ଫଣ୍ଡ ନେଇ ସିବିଆଇ ତଦନ୍ତ କରୁଛି। ତାକୁ ନିରପେକ୍ଷ ଭାବେ ତଦନ୍ତ କରିବାକୁ ଦିଆଯାଉ। ତାହା ନ କରି ସିବିଆଇ ତଦନ୍ତକୁ ବିଭିନ୍ନ ଭାବରେ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି।”

ସେହିପରି ବରିଷ୍ଠ ବିଜେଡି ନେତା ତଥା ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ସଞ୍ଜୟ ହେଉଛନ୍ତି ଲୁଲୁଙ୍କ ପ୍ରତିପକ୍ଷ। ଲୁଲୁ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଅଭିଯୋଗ ଆଣିବା ଠିକ୍ ନୁହେଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe