Advertisment

ଆସନ୍ତା ସପ୍ତାହରେ ସଞ୍ଜୟଙ୍କ ‘ପୂରା ଗୁମର’ ଖୋଲିବାକୁ ଲୁଲୁଙ୍କ ଧମକ

ଭୁବନେଶ୍ୱର: ପାଜେରୋ ଗାଡ଼ି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ବିରୋଧୀଙ୍କ ଦାବି ଜୋର ଧରିଥିବା ବେଳେ ଆସନ୍ତା ସୋମବାର ବା ମଙ୍ଗଳବାର ତାଙ୍କର ପୂରା ଗୁମର ଖୋଲିବାକୁ ଆଜି ଧମକ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର। ପାଜେରୋ ଗାଡ଼ି ନେଇ ସଞ୍ଜୟଙ୍କୁ ଘେରି ଥିବା ଲୁଲୁ କହିଛନ୍ତି,“ମୁଁ ଗୋଟିଏ କଥା (ପାଜେରୋ ପ୍ରସଙ୍ଗ) ଉଲ୍ଲେଖ କରିଥିଲି। ଏ ନେଇ ମୁଁ […]

ଅଦ୍ୟତନ ହୋଇଛି
ଆସନ୍ତା ସପ୍ତାହରେ ସଞ୍ଜୟଙ୍କ ‘ପୂରା ଗୁମର’ ଖୋଲିବାକୁ ଲୁଲୁଙ୍କ ଧମକ

lulu

Advertisment

[caption id="attachment_78789" align="alignleft" width="300"]luluବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର[/caption]

Advertisment

ଭୁବନେଶ୍ୱର: ପାଜେରୋ ଗାଡ଼ି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ବିରୋଧୀଙ୍କ ଦାବି ଜୋର ଧରିଥିବା ବେଳେ ଆସନ୍ତା ସୋମବାର ବା ମଙ୍ଗଳବାର ତାଙ୍କର ପୂରା ଗୁମର ଖୋଲିବାକୁ ଆଜି ଧମକ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର।

ପାଜେରୋ ଗାଡ଼ି ନେଇ ସଞ୍ଜୟଙ୍କୁ ଘେରି ଥିବା ଲୁଲୁ କହିଛନ୍ତି,“ମୁଁ ଗୋଟିଏ କଥା (ପାଜେରୋ ପ୍ରସଙ୍ଗ) ଉଲ୍ଲେଖ କରିଥିଲି। ଏ ନେଇ ମୁଁ ଦୁଇ ଥର ଜବାବ  ପାଇଥିଲି (ସଞ୍ଜୟ ଦାସବର୍ମାଙ୍କଠାରୁ)। ଥରେ ମାନସିକ ବିକୃତି କଥା ସହିତ ଆଉ କିଛି କଥା କହିଥିଲେ। ତା’ପରେ କ୍ଷମା ମାଗିଲେ। ମୁଁ ଯେଉଁ ଆକ୍ଷେପ କରିଥିଲି ତାହା ସତ ନା ମିଛ ଆପଣମାନେ (ଗଣମାଧ୍ୟମ ଉଦ୍ଦେଶ୍ୟରେ) ଜାଣିଥିବେ। ନୈତିକତା ଦେଖାଉ ଥିଲ, ରାଜନୀତିରୁ ସନ୍ୟାସ ନେଇ ଯିବା କଥା କହୁଥିଲ। ଏବେ ଦୟା କରି ସେ ପୁଣି ଗଣମାଧ୍ୟମକୁ ଆସନ୍ତୁ ଓ କୁହନ୍ତୁ। ତାଙ୍କ ବିରୁଦ୍ଧରେ ବାକି ଯେତକ ଜିନିଷ ରଖିଛି ସୋମବାର ମଙ୍ଗଳବାର ମାର୍କେଟ୍‌କୁ ଛାଡ଼ି ଦେବି। ଆଉ କ’ଣ କ’ଣ କରିଛନ୍ତି ସବୁ ଖୋଲି ଦେବି।”

Advertisment

ସଞ୍ଜୟଙ୍କୁ ଚ୍ୟାଲେଞ୍ଜ  ଉଦ୍ଦେଶ୍ୟରେ ସେ କହିଛନ୍ତି,“ସତ୍ ସାହସ ଥିଲେ ଟିଭି କ୍ୟାମେରା ଆଗକୁ ଆସ, କଥା କୁହ। ତା’ପରେ ସୋମବାର ମଙ୍ଗଳବାର ପୁଣି କଥା ହେବା। ତମ ଶ୍ୱଶୁର ନାଁରେ, ଶଳା ନାଁରେ ଓ ଭିଣୋଇ ନାଁର ଆଉ କ’ଣ କ’ଣ କରିଛ ସବୁ କହିବି। ଆଉ କ’ଣ ସବୁ କେଳଙ୍କାରୀ ସୃଷ୍ଟି କରିଛ ତାହା ବି କହିବି। କେଉଁ ଚିଟ୍‌ଫଣ୍ଡ୍ ସଂସ୍ଥାରୁ କେତେ ଟଙ୍କା ତମ ବିଲଡର କଂପାନୀକୁ ଯାଇଛି ସବୁ କହିବି।”

ସେ କହିଛନ୍ତି,“ ମୁଁ ତାଙ୍କର ୨୧ଟି କଂପାନୀ ସଂପର୍କରେ କହିଥିଲି। ଏହି ୨୧ଟି କଂପାନୀ ସଂପର୍କରେ ମୁଁ ପ୍ରମାଣ ଦେବି। ଏଥିରୁ ୫ଟି କଂପାନୀର ନାଁ ମୁଁ ପୂର୍ବରୁ କହି ସାରିଛି।”

ସଞ୍ଜୟ ଦାସବର୍ମାଙ୍କର ଶଳାଙ୍କ ସଂପତ୍ତି ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ଲୁଲୁ।

ସେ କହିଛନ୍ତି,“ତାଙ୍କ (ସଞ୍ଜୟଙ୍କ ଶଳା) ବାପା ଜଣେ ଏପିଆର କନଷ୍ଟେବଳ ଥିଲେ। ୧୦ ବର୍ଷ ତଳେ ତାଙ୍କର କେତେ ସଂପତ୍ତି ଥିଲା ଓ ଏବେ କେତେ ହୋଇଛି ତାହା ହିସାବ କରାଯାଉ।”

ସେହିଭଳି ମାଲୁଦର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଜରିଆରେ ତାଙ୍କର ସବୁ ଆର୍ଥିକ ନେଣଦେଣ ହେଉ ଥିଲା ନା ନାହିଁ ସେ କଥା ସେ (ସଞ୍ଜୟ) କୁହନ୍ତୁ ବୋଲି ଲୁଲୁ କହିଛନ୍ତି।

ବିଜେଡି ନେତାଙ୍କ ସଂପତ୍ତି ଓ ବିରୋଧୀ ଦଳର ନେତାଙ୍କ ସଂପତ୍ତି ସଂପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ଖୋଳତାଡ଼ କରାଯାଉ ବୋଲି ବିଜେଡିର ଜଣେ ଆଗଧାଡ଼ିର ବରିଷ୍ଠ ନେତାଙ୍କୁ ସେ ଅନୁରୋଧ କରିଛନ୍ତି ବୋଲି ଲୁଲୁ କହିଛନ୍ତି।

ସେ କହିଛନ୍ତି,“ ବିଜେଡିର ସମସ୍ତ ଆଗଧାଡ଼ିର ନେତାଙ୍କର ୧୦ ବର୍ଷ ତଳେ କ’ଣ ସଂପତ୍ତି ଥିଲା ଓ ଏବେ କେଉଁଠି ପହଞ୍ଚିଛି? ବିରୋଧୀ ଦଳର ନେତାଙ୍କର କେତେ ସଂପତ୍ତି ଅଛି? ଏ ସବୁର ତଦନ୍ତ ଇଡିଙ୍କ ଦ୍ୱାରା କରାଇବାକୁ ବିଜେଡିର ଜଣେ ଆଗଧାଡ଼ିର ବରିଷ୍ଠ ନେତାଙ୍କୁ ଅନୁରୋଧ କରିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe