Advertisment

ମାଆ

ମାଆର ମାନେ ସମସ୍ତେ ବୁଝନ୍ତି କିନ୍ତୁ ମାଆ କ’ଣ ମୁଁ ପରେ ବୁଝିଲି। ମାଆ… ଯିଏ ଜନ୍ମରୁ ଶେଷ ଯାଏଁ ଛାଇ ପରିଥାଏ ଆମ ପାଖରେ। ମାଆ… ମୋ ଫେରିବା ବାଟକୁ ଚାହିଁ ରହିଥାଏ ମାଆ ସିଏ, ଯିଏ ଦେଖେ ମୋ ଖୁସିରେ ତା’ ଦୁନିଆ ମାଆ ସିଏ, ଯିଏ ମୋ ଦେହ ଖରାପ ହେଲେ ରାତି ରାତି ଉଜାଗର ରହେ… ସବୁ କଷ୍ଟକୁ ଆଖି ବୁଜି ପିଇଦିଏ ହେଲେ ମୋ ଆଗରେ ସବୁବେଳେ ହସୁଥାଏ ସତରେ […]

ମାଆ

Biswajita

Advertisment

ମାଆର ମାନେ ସମସ୍ତେ ବୁଝନ୍ତି

କିନ୍ତୁ ମାଆ କ'ଣ ମୁଁ ପରେ ବୁଝିଲି।

ମାଆ... ଯିଏ ଜନ୍ମରୁ ଶେଷ ଯାଏଁ

ଛାଇ ପରିଥାଏ ଆମ ପାଖରେ।

ମାଆ... ମୋ ଫେରିବା ବାଟକୁ ଚାହିଁ ରହିଥାଏ

ମାଆ ସିଏ, ଯିଏ ଦେଖେ ମୋ ଖୁସିରେ ତା' ଦୁନିଆ

ମାଆ ସିଏ, ଯିଏ ମୋ ଦେହ ଖରାପ ହେଲେ

ରାତି ରାତି ଉଜାଗର ରହେ...

ସବୁ କଷ୍ଟକୁ ଆଖି ବୁଜି ପିଇଦିଏ

ହେଲେ ମୋ ଆଗରେ ସବୁବେଳେ ହସୁଥାଏ

ସତରେ ମାଆ ହେବା ଓ ମାଆର ଅର୍ଥ ବୁଝିବା,

ଆଉ ମାଆର ମମତାକୁ ବୁଝିବା ଏତେ ସହଜ ନୁହେଁ...

ସବୁ ବୁଝିବା ପରେ, ସବୁ ଅବୁଝା ରହିବା ପରେ

ମାଆ କେବଳ ମାଆ।

- ବିଶ୍ୱଜିତା ଖଡ଼ିରତ୍ନ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe