‘ମହାନଦୀ ବୁଝାମଣା କମିଟିକୁ ପ୍ରତ୍ୟାଖ୍ୟାନ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’

ଭୁବନେଶ୍ୱର: ମହାନଦୀ ବିବାଦରେ କେନ୍ଦ୍ର ସରକାର ଗଠନ କରିଥିବା ମୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି। ତୃତୀୟ ମହଲାର ଜଣେ କିରାଣିଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି,“ବିବାଦର ସମାଧାନ ଲାଗି ପୂର୍ବରୁ ଦୁଇଥର ଚେଷ୍ଟା କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ […]

bjp

bjp

Rakesh Mallick
  • Published: Sunday, 29 January 2017
  • Updated: 30 January 2017, 02:12 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ବିବାଦରେ କେନ୍ଦ୍ର ସରକାର ଗଠନ କରିଥିବା ମୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି। ତୃତୀୟ ମହଲାର ଜଣେ କିରାଣିଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି।

ସେ କହିଛନ୍ତି,“ବିବାଦର ସମାଧାନ ଲାଗି ପୂର୍ବରୁ ଦୁଇଥର ଚେଷ୍ଟା କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ମଧ୍ୟ ବସିଛି। ବୈଠକରେ ସମସ୍ୟାର ସମାଧାନ ପାଇଁ ରାଜି ହେବା ପରେ ବୈଠକ ବାହାରେ ମୁଖ୍ୟ ଶାସନ ସଚିବ ତାଙ୍କ ମତ ବଦଳାଇଛନ୍ତି।”

ସେ କହିଛନ୍ତି,“ଇଣ୍ଡଷ୍ଟ୍ରିଆଲ ୱାଟର ଡିସ୍‌ପୁଟ୍‌ ଆକ୍ଟ ଅନୁଯାୟୀ ଏଠାରେ ଟ୍ରିବ୍ୟୁନାଲ ଗଠନ ହେଉ। ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ଭାରତ ସରକାର ବିଧି ବ୍ୟବସ୍ଥା ଅନୁଯାୟୀ ବୁଝାମଣା କମିଟି ଗଠନ କରିଛନ୍ତି। ଏହାକୁ ନେଇ ଓଡ଼ିଶା ସରକାର ପ୍ରଶ୍ନ ଉଠାଛନ୍ତି। ଶାସନ ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସବୁ ବୁଝିଲେ, ସହମତି ମଧ୍ୟ ପ୍ରକାଶ କଲେ। ବୈଠକରୁ ବାହାରିବା ପରେ ଫୋନରେ କଥା ହେଲେ ଓ ତାଙ୍କ ମତ ପରିବର୍ତ୍ତନ କରିଦେଲେ। ତୃତୀୟ ମହଲାରୁ କେହି ଜଣେ କିରାଣି ଅନ୍ୟ କିଛି ମତ ଦେଲା ଓ ସେ ମତ ପରିବର୍ତ୍ତନ କରିଦେଲେ।”

ସେ ଆହୁରି କହିଛନ୍ତି,“ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ସହ ଆଲୋଚନା କଲେ ତାହା ରେକର୍ଡ ହୋଇ ରହିଛି। ଠିକ ସମୟରେ ସେ ରେକର୍ଡକୁ ବାହାରକୁ ଅଣାଯିବ। ମୁଖ୍ୟମନ୍ତ୍ରୀ ବାରମ୍ବାର ବୁଝି ସାରିବା ପରେ ବି କୌଣସି ଅଧିକାରୀଙ୍କ କଥାରେ ପଡି ଅବୁଝା ହେଉଛନ୍ତି। ଗତ ୬ ମାସ ମଧ୍ୟରେ ୧୦ ଥର ଦିଲ୍ଲୀ ଯାଇଛନ୍ତି, ହେଲେ ଥରୁଟିଏ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହାନଦୀ ସମସ୍ୟା ନେଇ ଆଲୋଚନା କରିନାହାନ୍ତି। କେବଳ ସାମ୍ବିଧାନିକ ଶଦ୍ଦାବଳୀ ଲଗାଇ ପ୍ରହସନ କରୁଛନ୍ତି।”

ଧର୍ମେନ୍ଦ୍ରଙ୍କ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି“ଆମର ଯେତିକି ଜଳ ବ୍ୟବହାର କରିବାର ଅଧିକାର ଅଛି ଆମେ ପାଇବା ଉଚିତ। ଓଡ଼ିଶାକୁ ମହାନଦୀ ଜଳ ଆସିବାରେ ପ୍ରତିବନ୍ଧକ ଲଗା ଗଲେ ଯେତେ ଲମ୍ବା ଲଢେଇ ହେଲେ ବି ଆମେ ଲଢେଇ କରିବୁ।”

ସେ କହିଛନ୍ତି,“ଯେଉଁ ସମୟରେ ବୁଝାମଣା କମିଟି କରାଯିବା କଥା ସେତେବେଳେ କେନ୍ଦ୍ର ସରକାର ହାତଗୋଡ଼ ବାନ୍ଧି ବସି ରହିଲେ। ଏବେ କମିଟି ଗଠନ ପାଇଁ ସମୟ ଆଉ ନାହିଁ। ଆମେ ସର୍ତ୍ତ ରଖିଥିଲୁ, ଆଗ କାମ ବନ୍ଦ କରନ୍ତୁ ଓ ତା’ପରେ ବୁଝାମଣା କମିଟି ଗଠନ କରନ୍ତୁ। କାମ ଏପର୍ଯ୍ୟନ୍ତ ବନ୍ଦ କରାଯାଇନାହିଁ। ଛତିଶଗଡ଼ ଉପରମୁଣ୍ଡରେ ଦ୍ରୁତ ଗତିରେ ପ୍ରକଳ୍ପ କାମ ଚାଲିଛି। ଏପରିସ୍ଥିତିରେ ବୁଝାମଣା କମିଟି ଗଠନ କରି ଓଡ଼ିଶାର ସ୍ୱାର୍ଥ ରକ୍ଷା ନ କରିବା ପାଇଁ ଯେଉଁମାନଙ୍କର ଅଭିସନ୍ଧି ରହିଛି ସେମାନେ ଏହାକୁ ବିଳମ୍ବ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story