Advertisment

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

ପୁରୀ(ଓଡ଼ିଶା ରିପୋର୍ଟର)ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ । ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପେଜ ନଳାରେ ଅମଣିଷ ଭଳି ଫିଙ୍ଗାଯାଇଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ  ଅତିପ୍ରିୟ ଶୁଖିଲି ଭୋଗ ? ଶ୍ରୀମନ୍ଦିର ନୀତି […]

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

nbop

Advertisment

ପୁରୀ(ଓଡ଼ିଶା ରିପୋର୍ଟର)ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ । ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପେଜ ନଳାରେ ଅମଣିଷ ଭଳି ଫିଙ୍ଗାଯାଇଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ  ଅତିପ୍ରିୟ ଶୁଖିଲି ଭୋଗ ? ଶ୍ରୀମନ୍ଦିର ନୀତି ପ୍ରଶାସକ କହୁଛନ୍ତି ବିହିତ ପଦକ୍ଷେପ ନେବୁ । ହେଲେ ଚାକ୍ଷୁସ ପ୍ରମାଣ ଦେଖି ହୃଦୟ ସହୁନି ଭକ୍ତର।  

Advertisment

ଏଠି ପ୍ରଶ୍ନ କିଏ ଓ କାହିଁକି ଫିଙ୍ଗିଲା ଏତେ ପରିମାଣର ମହାପ୍ରସାଦ ସମ ଶୁଖିଲି ଭୋଗ? ନଫିଙ୍ଗି ଭକ୍ତ ଓ ଦୁଃଖୀ ରଙ୍କିଙ୍କୁ ବାଣ୍ଟି ଦେଇଥିଲେ କଣ ଅପରାଧ ହୋଇଥାନ୍ତା ? ଯଦିଓ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତ ଆସୁନଥିବାରୁ ଭୋଗ ବିକ୍ରି ହେଉନାହିଁ ତାହାଲେ କଣ ଭୋଗ ନଷ୍ଟ ହେଲେ ତାକୁ ଏମିତି ଆବର୍ଜନା ଭଳି ଫିଙ୍ଗି ଦିଆଯିବ।  ଯିଏ ଫିଙ୍ଗିଛି ସିଏ ଅପରାଧୀ। କାରଣ ପରମ୍ପରା କହୁଛି, ମହାପ୍ରସାଦ ମାରା କିମ୍ବା ନଷ୍ଟ ହେଲେ ଏହାକୁ ନଫିଙ୍ଗି ସିଧା ପୋତି ଦିଆଯିବା ଦରକାର। ତେଣେ ଖୋଦ୍ ସୁଆର ମହାସୁଆର ନିଯୋଗ ବି ଏଭଳି କାମ ଠିକ୍ ନୁହେଁ ବୋଲି ମାନିଛି । ତାସହ ପ୍ରଶ୍ନ କାହିଁକି ଏ ଦିଗରେ ଶୀଘ୍ର କୌଣସି ପଦକ୍ଷେପ ନେଲାନାହିଁ ଶ୍ରୀମନ୍ଦିର ପ୍ରଶାସନ ? ନୀତି ପ୍ରଶାସକ କହିଛନ୍ତି ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ । ଭବିଷ୍ୟତରେ ଘଟଣାର ଯେମିତି ପୁନରାବୃତି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ।

ମହାପ୍ରଭୁ ଜଗନ୍ନାଥଙ୍କ ଶୁଖିଲି ଭୋଗ ହେଉ କି ମହାପ୍ରସାଦ ମାର୍ଚ୍ଚ ୨୦ ପରଠୁ ଭକ୍ତଙ୍କ ପାଇଁ ସତେ ଯେମିତି ଦୁର୍ଲଭ ହୋଇ ପଡିଛି । ହେଲେ ଆଜି ସେହି ମହାପ୍ରସାଦର ଏ ମହାଅସମ୍ମାନ ଅବସ୍ଥା ଦେଖି ମନ କଷ୍ଟରେ ଛଟପଟ ହେଉଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe