Advertisment

ଘରେ ବନାନ୍ତୁ ବ୍ରେଡ୍‌ ବମ୍‌

ଆବଶ୍ୟକ ସାମଗ୍ରୀ: ପାଉଁରୁଟି, ଗାଜର, ବିନ୍‌ସ୍‌, ବିଟ୍, ଫୁଲକୋବି, ପନିର, ପିଆଜ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ତେଲ, ହଳଦୀ, ଜୀରା, ଧନିଆଗୁଣ୍ଡ, ଲୁଣ, ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗାଜର ବିଟ୍, ବିନ୍ସ ଓ ଫୁଲକୋବିକୁ ଛୋଟ ଛୋଟ କରି କାଟି ରଖନ୍ତୁ। ପନିରକୁ ଛୋଟ ଆକାରର କାଟି ଛାଣି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଦା […]

author-image
Rakesh Mallick
ଘରେ ବନାନ୍ତୁ ବ୍ରେଡ୍‌ ବମ୍‌

bread bom

ଆବଶ୍ୟକ ସାମଗ୍ରୀ: ପାଉଁରୁଟି, ଗାଜର, ବିନ୍‌ସ୍‌, ବିଟ୍, ଫୁଲକୋବି, ପନିର, ପିଆଜ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ତେଲ, ହଳଦୀ, ଜୀରା, ଧନିଆଗୁଣ୍ଡ, ଲୁଣ, ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗାଜର ବିଟ୍, ବିନ୍ସ ଓ ଫୁଲକୋବିକୁ ଛୋଟ ଛୋଟ କରି କାଟି ରଖନ୍ତୁ। ପନିରକୁ ଛୋଟ ଆକାରର କାଟି ଛାଣି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଦା ରସୁଣ ବଟା ଲଙ୍କା ଗୁଣ୍ଡ, ଗରମ ମସଲା ପକାଇ ଭଲ ଭାବେ କଷି ଦିଅନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କଟା ହୋଇ ରଖାଯାଇଥିବା  ପରିବା ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ଦେଇ ଭଲ ଭାବେ ଘାଣ୍ଟି ଘୋଡଣୀ ଦେଇଦିଅନ୍ତୁ। କିଛି ସମୟ ପରେ ଘୋଡଣି କାଢି ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାନ୍ତୁ। ଏହାପରେ ସେଥିରେ କଟା ପନିରକୁ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ।

ଏହାପରେ ପାଉଁରୁଟିର ଚାରିପାଖକୁ କାଟି ଦିଅନ୍ତୁ। ଏହାକୁ ପାଣିରେ ଭିଜାଇ ଚାପି ଦିଅନ୍ତୁ। ଭିଜା ପାଉଁରୁଟି ମଧ୍ୟରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମସଲାକୁ ଭରି ଦିଅନ୍ତୁ। ଏବେ ଏହାକୁ ଗୋଲା ଆକାର କରି ବମ୍‌ ଗଢନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ବମ୍‌ ସବୁକୁ ଛାଣି ଦିଅନ୍ତୁ। ସୁନେଲି ରଙ୍ଗର ହୋଇଯିବା ପରେ ଏକ ଖାଲି ପତ୍ରକୁ କାଢି ଆଣନ୍ତୁ । ଖାଆନ୍ତୁ ଗରମ ଗରମ ବ୍ରେଡ୍ ବମ୍‌ ।

Advertisment