Advertisment

ଘରେ ବନାନ୍ତୁ କଞ୍ଚାଲଙ୍କା ମଟନ୍‌

ଆବଶ୍ୟକ ସାମଗ୍ରୀ: ମଟନ୍‌, କଞ୍ଚାଲଙ୍କା, କସ୍ତୁରୀ ମେଥି, ଧନିଆ ପତ୍ର, କଟା ଟମାଟୋ, ହଲଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ତେଲ, ଗରମ ମସଲା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ କଡେଇ ବସେଇ ସେଥିରେ ପାଣି ଦିଅନ୍ତୁ।  ପାଣିରେ ୧୦ ରୁ ୧୨ଟି ଗୋଟା କଞ୍ଚା ଲଙ୍କା ପକେଇ ଗରମ କରନ୍ତୁ। ଲଙ୍କା ସିଝିବା ପରେ ସେଥିରେ ମଟନ ପକାନ୍ତୁ। ମଟନ୍‌ ଅଳ୍ପ ସିଝିବା ପରେ ସେଥିରେ ଲଙ୍କା ପାଉଡର, ହଳଦୀ, ଲୁଣ ପକାନ୍ତୁ। ତାପରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
 ଘରେ ବନାନ୍ତୁ କଞ୍ଚାଲଙ୍କା ମଟନ୍‌

ginger-mutton

ଆବଶ୍ୟକ ସାମଗ୍ରୀ: ମଟନ୍‌, କଞ୍ଚାଲଙ୍କା, କସ୍ତୁରୀ ମେଥି, ଧନିଆ ପତ୍ର, କଟା ଟମାଟୋ, ହଲଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ତେଲ, ଗରମ ମସଲା।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ କଡେଇ ବସେଇ ସେଥିରେ ପାଣି ଦିଅନ୍ତୁ।  ପାଣିରେ ୧୦ ରୁ ୧୨ଟି ଗୋଟା କଞ୍ଚା ଲଙ୍କା ପକେଇ ଗରମ କରନ୍ତୁ। ଲଙ୍କା ସିଝିବା ପରେ ସେଥିରେ ମଟନ ପକାନ୍ତୁ। ମଟନ୍‌ ଅଳ୍ପ ସିଝିବା ପରେ ସେଥିରେ ଲଙ୍କା ପାଉଡର, ହଳଦୀ, ଲୁଣ ପକାନ୍ତୁ। ତାପରେ ସେଥିରେ ସୋରିଷ ତେଲ ପକାଇ ତାକୁ ଘୋଡେଇ ଦିଅନ୍ତୁ। ଟିକେ ସମୟ ପରେ ସେଥିରେ କଟା ଟମାଟୋ ଓ କସ୍ତୁରୀ ମେଥି ପକାଇ ତାକୁ ଘୋଡେଇ ଦିଅନ୍ତୁ। ମଟନ ସିଝିଯିବା ପରେ ସେଥିରେ ଗରମ ମସଲା  ଓ ଧନିଆ ପତ୍ର ପକାଇ ଘୋଡେଇ ଦେଇ ଅଳ୍ପ କିଛି ସମୟ ଚୂଲାରେ ବସାନ୍ତୁ। ପ୍ରସ୍ତୁତ ହଇଗଲା କଞ୍ଚାଲଙ୍କା ମଟନ୍‌।