ବିନା ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ଆମ୍‌ଲେଟ୍‌

ଆବଶ୍ୟକ ସାମଗ୍ରୀ: ବେସନ, ମଇଦା, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ପାଉଡର, ବେକିଙ୍ଗ୍‌ ପାଡର୍‌, ପାଣି, ତେଲ, ପିଆଜ, ଟମାଟ, କଞ୍ଚା ଲଙ୍କା ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ ବାଉଲ୍‌ରେ ବେସନ, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ ଓ ବେକିଙ୍ଗ୍ ପାଉଡର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ଅଳ୍ପ କରି ପାଣି ମିଶାଇ ଏହାକୁ ପତଳା ଘୋଳ କରି ଦିଅନ୍ତୁ। ଏହାକୁ ବାରମ୍ୱାର ଫେଣ୍ଟନ୍ତୁ, ଯେପରି ଏହା […]

omelette

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 11:56 AM IST

ଆବଶ୍ୟକ ସାମଗ୍ରୀ: ବେସନ, ମଇଦା, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ପାଉଡର, ବେକିଙ୍ଗ୍‌ ପାଡର୍‌, ପାଣି, ତେଲ, ପିଆଜ, ଟମାଟ, କଞ୍ଚା ଲଙ୍କା ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ ବାଉଲ୍‌ରେ ବେସନ, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ ଓ ବେକିଙ୍ଗ୍ ପାଉଡର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ଅଳ୍ପ କରି ପାଣି ମିଶାଇ ଏହାକୁ ପତଳା ଘୋଳ କରି ଦିଅନ୍ତୁ। ଏହାକୁ ବାରମ୍ୱାର ଫେଣ୍ଟନ୍ତୁ, ଯେପରି ଏହା କଠିନ ନହୁଏ। ଏଥିରେ ପିଆଜ, ଧନିଆପତ୍ର, ଟମାଟୋ ଓ କଞ୍ଚା ଲଙ୍କା ପକାଇ ଭଲ ଭାବରେ ମିଶାନ୍ତୁ। ଏହାକୁ ଆମ୍‌ଲେଟ୍‌ କରିବା ପାଇଁ ଅଳ୍ପ ଆଞ୍ଚରେ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ତେଲ ପକାଇ ହାଲ୍‌କା ଗରମ କରନ୍ତୁ। ତେଲ ଗରମ ହେଲା ପରେ ୨ରୁ ୩ ଚାମଚ ପ୍ରସ୍ତୁତ କରିଥିବା ଘୋଳ ପକାନ୍ତୁ। ୨ରୁ ୩ ମିନିଟ୍‌ ପରେ ଏହାକୁ ଅନ୍ୟପଟକୁ ଓଲଟାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବନା ଅଣ୍ଡାରେ ତିଆରି ଆମ୍‌ଲେଟ୍। ଏହାକୁ ଏକ ପ୍ଲେଟ୍‌ରେ ବାହାର କରି ଟମାଟୋ ସସ୍‌ ଲଗାଇ ଗରମ ଗରମ ଖାଆନ୍ତୁ।

Related story