Advertisment

ଘରେ ପ୍ରସ୍ତୁତ କରନ୍ତୁ କର୍ଣ୍ଣ ସମୋସା

ସମୋସା ବା ସିଙ୍ଗଡ଼ା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଆଜିକାଲି ଜଳଖିଆ ଦୋକାନରେ ବିଭିନ୍ନ ପ୍ରକାରର ସମୋସା ମିଳୁଛି। ଆଳୁ-ମଟର ଦିଆ ସାଧାରଣ ସମୋସା କିଏ ବନାଉଛି ତ ଆଉ କିଏ ଚାଓମିନ୍ ଓ କର୍ଣ୍ଣ(ମକା) ସମୋସା କରି ବିକ୍ରି କରୁଛନ୍ତି। ଏମିତି ସମୋସା ବନାଇବା ବେଶି କଷ୍ଟ ନୁହେଁ। ଆସନ୍ତୁ ଆଜି ଜାଣିବା ଘରେ କେମିତି କର୍ଣ୍ଣ ସମୋସା ବନାଇବେ। ଆବଶ୍ୟକୀୟ ସାମଗ୍ରୀ: ମଇଦା, ଆଳୁ, ମକା, ଧଣିଆ ଓ ପୋଦୀନା ବଟା, ରିଫାଇନ୍ ତେଲ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ କର୍ଣ୍ଣ ସମୋସା

Samosa-edit

ସମୋସା ବା ସିଙ୍ଗଡ଼ା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଆଜିକାଲି ଜଳଖିଆ ଦୋକାନରେ ବିଭିନ୍ନ ପ୍ରକାରର ସମୋସା ମିଳୁଛି। ଆଳୁ-ମଟର ଦିଆ ସାଧାରଣ ସମୋସା କିଏ ବନାଉଛି ତ ଆଉ କିଏ ଚାଓମିନ୍ ଓ କର୍ଣ୍ଣ(ମକା) ସମୋସା କରି ବିକ୍ରି କରୁଛନ୍ତି। ଏମିତି ସମୋସା ବନାଇବା ବେଶି କଷ୍ଟ ନୁହେଁ। ଆସନ୍ତୁ ଆଜି ଜାଣିବା ଘରେ କେମିତି କର୍ଣ୍ଣ ସମୋସା ବନାଇବେ।

Advertisment

ଆବଶ୍ୟକୀୟ ସାମଗ୍ରୀ: ମଇଦା, ଆଳୁ, ମକା, ଧଣିଆ ଓ ପୋଦୀନା ବଟା, ରିଫାଇନ୍ ତେଲ, ଜିରା, ଗରମ ମସଲା, ଲଙ୍କାଗୁଣ୍ଡ, ଆମଚୁର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାରେ ଗୋଟେ ଚାମଚ ତେଲ ମିଶାଇ ପାଣି ଦେଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ମକ୍କାକୁ ସିଝାଇ ଏହାର ଦାନା ଗୁଡ଼ିକୁ ଦରଦରା ପେଶି ଦିଅନ୍ତୁ। ଆଳୁକୁ ମଧ୍ୟ ସିଝାଇ ଟକଟି ଦିଅନ୍ତୁ। ଏବେ ଆଳୁ ଓ ମକା ବଟାକୁ ମିଶାଇ ଦିଅନ୍ତୁ।

Advertisment

ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ ଏଥିରେ ବଟା ଧଣିଆ ପକାନ୍ତୁ। ଟିକେ ଲାଲ୍ ହୋଇଆସିଲେ ଆଳୁ ଓ ମକା ମିଶ୍ରଣକୁ ପକାଇ କଷନ୍ତୁ। କିଛି ସମୟ ପରେ ବାହାର କରି ତାକୁ ଥଣ୍ଡା କରିଦିଅନ୍ତୁ।

ବର୍ତ୍ତମାନ ମଇଦାକୁ ଛୋଟ ଛୋଟ ଗଉଳା କରିଦିଅନ୍ତୁ। ପରେ ଏହି ମଇଦା ଗୋଳାକୁ ସିଙ୍ଗଡା ଆକାରରେ ଗଢ଼ି ସେଥିରେ ମସଲା ପୂରାଇ ତେଲରେ ଛାଣନ୍ତୁ। ଟିକେ ଲାଲ୍ ହୋଇ ଆସିଲେ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପମଙ୍କର କର୍ଣ୍ଣ ସମୋଷା। ଏହାକୁ ଚଟଣୀ କିମ୍ବା ସସ୍ ଦେଇ ପରଷନ୍ତୁ।