Advertisment

ଘରେ ବସି ପ୍ରସ୍ତୁତ କରି ପାରିବେ ଛେନାପୋଡ଼

ଆବଶ୍ୟକୀୟ ସାମଗ୍ରୀ: ଖିର, ସୁଜି, ଗଜୁରାତି ଗୁଣ୍ଡ, କାଜୁ, ପିସ୍ତା ବାଦାମ, କିସ୍‌ମିସ୍‌, ଗୁଆ ଘିଅ ଓ ଭିନେଗାର। ପ୍ରସ୍ତୁତି ପ୍ରଣାଳୀ: ଛେନା ଛିଣ୍ଡେଇବା ପାଇଁ ପ୍ରଥମେ ଚୁଲାରେ ଖିର ବସାନ୍ତୁ। ଖିରକୁ ଫୁଟାଇ ଦିଅନ୍ତୁ। ଖିର ଫୁଟିଯିବା ପରେ ସେଥିରେ ଭିନେଗାର ପକାଇ ଛେନା ଛିଣ୍ଡେଇ ଦିଅନ୍ତୁ। ଆପଣ ଚାହିଁଲେ ଭିନେଗାର ବଦଳରେ ଲେମ୍ବୁ ରସ ବି ପକାଇ ପାରିବେ। କିଛି ସମୟ ପରେ ଆପଣ ଦେଖିବେ ଛେନା ଛିଣ୍ଡି ଯାଇଥିବ। ତା’ପରେ ଛେନାକୁ ଛାଣି […]

ଅଦ୍ୟତନ ହୋଇଛି
ଘରେ ବସି ପ୍ରସ୍ତୁତ କରି ପାରିବେ ଛେନାପୋଡ଼

chena-poda

Advertisment

ଆବଶ୍ୟକୀୟ ସାମଗ୍ରୀ: ଖିର, ସୁଜି, ଗଜୁରାତି ଗୁଣ୍ଡ, କାଜୁ, ପିସ୍ତା ବାଦାମ, କିସ୍‌ମିସ୍‌, ଗୁଆ ଘିଅ ଓ ଭିନେଗାର।

Advertisment

ପ୍ରସ୍ତୁତି ପ୍ରଣାଳୀ: ଛେନା ଛିଣ୍ଡେଇବା ପାଇଁ ପ୍ରଥମେ ଚୁଲାରେ ଖିର ବସାନ୍ତୁ। ଖିରକୁ ଫୁଟାଇ ଦିଅନ୍ତୁ। ଖିର ଫୁଟିଯିବା ପରେ ସେଥିରେ ଭିନେଗାର ପକାଇ ଛେନା ଛିଣ୍ଡେଇ ଦିଅନ୍ତୁ। ଆପଣ ଚାହିଁଲେ ଭିନେଗାର ବଦଳରେ ଲେମ୍ବୁ ରସ ବି ପକାଇ ପାରିବେ। କିଛି ସମୟ ପରେ ଆପଣ ଦେଖିବେ ଛେନା ଛିଣ୍ଡି ଯାଇଥିବ। ତା’ପରେ ଛେନାକୁ ଛାଣି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଛେନା ପାଣିକୁ ମଧ୍ୟ ଏକ ପାତ୍ରରେ ଆଳ୍ପ କାଢି ରଖନ୍ତୁ। ଛେନା ଅଳ୍ପ ଥଣ୍ଡା ହୋଇଯିବା ପରେ ଚକଟି ଦିଅନ୍ତୁ। ମନେ ରଖିବେ ଛେନାକୁ ଅଧିକ ଥଣ୍ଡା କରିବେ ନାହିଁ। ନଚେତ ଛେନା ଟାଣ ହୋଇଯାଇ ପାରେ। ତା’ପରେ ଛେନାରେ ଚିନି, ସୁଜି, ଗୁଜୁରାତି ଗୁଣ୍ଡ ଦେଇ ଭଳ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ସ୍ୱାଦ ଅନୁଯାୟୀ ଚିନି, ଗୁଆ ଘିଅ ଦେଇ ଚିନି ଛେନାରେ ମିଶିବା ପର୍ଯ୍ୟନ୍ତ ଚକଟନ୍ତୁ। ତା’ପରେ ସେଥିରେ ଛେନା ପାଣି ଦେଇ ଗୋଲାଇ ଦିଅନ୍ତୁ। ଛେନା ଭଲ ଭାବେ ଚକଟି ହୋଇଯିବା ପରେ ସେଥିରେ ପିସ୍ତା ବାଦାମ, କାଜୁ ଦେଇ ଗୋଳାଇ ଦିଅନ୍ତୁ।

chena-podaଛେନାପୋଡ଼ ପ୍ରସ୍ତୁତ କରିବା ପାଇଁ ଏକ ବଡ ଡିସ୍‌ ବା ପାତ୍ର ନିଅନ୍ତୁ। ସେଥିରେ କିଛି ଲୁଣ ପକାଇ ଦିଅନ୍ତୁ। ତା’ ଭିତରେ ଏକ ପାତ୍ର ରଖିବାର ଏକ ଷ୍ଟାଣ୍ଡ ରଖି ଉପରେ ଏକ ଢାଙ୍କୁଣୀ ଘୋଡାଇ ଦେଇ ଅଳ୍ପ ଗରମ କରିଦିଅନ୍ତୁ।

Advertisment

chena-podaଅନ୍ୟପଟେ ଏକ ଛୋଟ ପାତ୍ରରେ ଚାରିପଟେ ଘିଅ ଲଗେଇ ଦେଇ ତା’ ଉପରେ ଗୋଟିଏ ବଟର ପେପର ରଖିଦିଅନ୍ତୁ। ସେହି ବଟର ପେପର ଉପରେ ପ୍ରସ୍ତୁତ ହୋଇଥିବା ଛେନା ରଖନ୍ତୁ। ମନେ ରଖିବେ ପାତ୍ରକୁ ପୂରା ଭରିବେ ନାହିଁ। ଏହାପରେ ପୂର୍ବରୁ ଗରମ ହୋଇଥିବା ସେହି ଡିସ୍‌ ଭିତରେ ଛେନା ରଖିଥିବା ପାତ୍ରଟିକୁ ରଖନ୍ତୁ। ଅଳ୍ପ ନିଆଁରେ ତାକୁ ସିଝାନ୍ତୁ। ଛେନା ପୋଡ ବାଦାମୀ ରଙ୍ଗ ହୋଇ ଆସିଲେ ଚୁଲାରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚେଷ୍ଟି ଟେଷ୍ଟି ଛେନାପୋଡ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe