Advertisment

ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀଙ୍କ ଅପହରଣ କଥା ସତ!

ମାଲକାନଗିରି: ମାଲକାନଗିରିରେ ୫ ଜଣ ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀମାନେ ଅପହରଣ କରି ନେବା ଘଟଣାରେ ଆସିଛି ନୂଆମୋଡ଼। ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସ୍ୱୀକାର କରିଛନ୍ତି। ସେମାନେ ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ପୂରା ଘଟଣା ସଂପର୍କରେ ଅବଗତ କରିଛନ୍ତି। ଏହି ଦୁଇ ଅଧିକାରୀ ହେଲେ ପ୍ରବୀଣ ସୋରେନ୍ ଓ କମଳାକାନ୍ତ ସିଂହ। ଏହି ଦୁଇ ଅଧିକାରୀଙ୍କ କହିବା ମୁତାବକ ମାଓବାଦୀମାନେ ୮ ଜଣଙ୍କୁ […]

ଅଦ୍ୟତନ ହୋଇଛି
ମାଲ଼କାନଗିରି: ବର୍ଷକର ଶିଶୁ କନ୍ୟାକୁ ଚେଙ୍କ ଅଭିଯୋଗ

malkangiri

Advertisment

ମାଲକାନଗିରି: ମାଲକାନଗିରିରେ ୫ ଜଣ ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀମାନେ ଅପହରଣ କରି ନେବା ଘଟଣାରେ ଆସିଛି ନୂଆମୋଡ଼। ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସ୍ୱୀକାର କରିଛନ୍ତି। ସେମାନେ ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ପୂରା ଘଟଣା ସଂପର୍କରେ ଅବଗତ କରିଛନ୍ତି। ଏହି ଦୁଇ ଅଧିକାରୀ ହେଲେ ପ୍ରବୀଣ ସୋରେନ୍ ଓ କମଳାକାନ୍ତ ସିଂହ।

Advertisment

ଏହି ଦୁଇ ଅଧିକାରୀଙ୍କ କହିବା ମୁତାବକ ମାଓବାଦୀମାନେ ୮ ଜଣଙ୍କୁ ପ୍ରଜାକୋର୍ଟକୁ ଡାକିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଗୋରା ସେତୁ ନିକଟରେ ୨୨ ଜଣ କ୍ୟାଡର ମାଓବାଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରଜାକୋର୍ଟରେ ହାଜର ହୋଇଥିଲେ। ପଞ୍ଚାୟତ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ହଟିଯିବାକୁ ସେମାନଙ୍କୁ ସେଠାରେ କୁହାଯାଇଥିଲା। ପୁଣି ଥରେ ନିର୍ବାଚନ କାମ କଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ସେମାନଙ୍କୁ ଧମକ ଦେଇଥିଲେ। ଏହା ପରେ ସେମାନଙ୍କୁ ସେଠାରୁ ମୁକ୍ତ କରି ଦିଆଯାଇଥିଲା।

ମାଓବାଦୀଙ୍କ ପ୍ରଜାକୋର୍ଟରେ ହାଜର ହୋଇଥିବା ପଞ୍ଚାୟତ ନିର୍ବାଚନ ଅଧିକାରୀମାନେ ହେଲେ ପ୍ରବୀଣ ସୋରେନ୍, କମଳାକାନ୍ତ ସିଂ, ଏସ୍‌.ପି ରାଜଗୁରୁ, ପଦ୍ମନାଭ ବାଲା ଓ ବାବୁ। ଏମାନେ ସମସ୍ତେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ପଣସପୁଟ, ଅଣ୍ଡ୍ରାପାଲି, ଯନ୍ତ୍ରୀ, ଯୋଡ଼ାଆମ୍ବ ଓ ଗାଜଲମାମୁଡ଼ି ଆଦି ସ୍ଥାନରେ ନାମାଙ୍କନପତ୍ର ଗ୍ରହଣ କରିବା ଦାୟିତ୍ୱରେ ଥିଲେ। ଆଉ ତିନି ଜଣ ପୁରୁଷୋତ୍ତମ ବେହେରା, ଲିଙ୍ଗରାଜ ମାଝି ଓ ହୃଷିକେଶ ନାଏକ ପ୍ରଜାକୋର୍ଟକୁ ଆଦୌ ନ ଯାଇ ମାଓବାଦୀଙ୍କ ଭୟରେ ଲୁଚି ପଳାଇ ଆସିଥିଲେ।

Advertisment

ଅପହୃତ ୫ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ କାମିନୀକାନ୍ତ ସିଂହ ଓ ପ୍ରବୀଣ ସୋରେନ୍‌ ଥିଲେ । ସେ ଦୃଷ୍ଟିରୁ ଜିଲ୍ଲା ଇଞ୍ଜିନିୟରିଂ ସଂଘ ଏହି ଘଟଣାକୁ ଜୋରଦାର ବିରୋଧ କରିଛି । ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ହଲେ କର୍ମଚାରୀମାନେ ନିର୍ବାଚନ ଡ୍ୟୁଟି କରିବାକୁ ଯିବେ ନାହିଁ ସଂଘ ପକ୍ଷରୁ କୁହାଯାଇଛି।

ପଞ୍ଚାୟତ ନିର୍ବାଚନ ଅଧିକାରୀ କାମିନୀକାନ୍ତ ସିଂ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ଆସିଛ,  ନିର୍ବାଚନ  ସରିବା ପର୍ଯ୍ୟନ୍ତ ରହିବ କି ନାହିଁ ବୋଲି  ମାଓବାଦୀ ମାନେ ପଚାରିଥିଲେ। ନିର୍ବାଚନ ଶେଷ ପରେ   କିଏ ମୋମିନେସନ୍ କରିଛନ୍ତି ତାହାର ଲିଷ୍ଟ ଗାଁରେ  ଛାଡ଼ି ଦେଇଯିବା ପାଇଁ କହିଥିଲେ।”

ପଞ୍ଚାୟତ ନିର୍ବାଚନ ଅଧିକାରୀ  ପ୍ରବୀଣ ସୋରେନ୍‌ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ବଜର୍ନ  କରିବାକୁ  ମାଓବାଦୀମାନେ କହିଥିଲେ। ଭୋଟ ଦେଲେ ତାକୁ ଦଣ୍ଡ ଦିଆଯିବ ବୋଲି କହିଥିଲେ।”

ଆଜି ଅପରାହ୍ନରେ ମାଲକାନଗିରି ଡିଆଇଜି ଏସ୍‌ ସାଇନି ହେଲିକପ୍ଟରରେ ଅପହରଣ ହୋଇଥିବା ଯୋଡାଆମ୍ୱ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ କହିଥିଲେ,“ନିର୍ବାଚନ ଅଧିକାରୀମାନେ କହୁଛନ୍ତି ସେମାନଙ୍କୁ ଅପହରଣ କରାଯାଇଥିଲା। ଅପହୃତଙ୍କ ମଧ୍ୟରୁ ୩ ଜଣ ଫେରି ଆସିଛନ୍ତି। ଆଉ ୨ ଜଣ ମଧ୍ୟ ଫେରୁଥିବା ନେଇ  ସୂଚନା ରହିଛି। ୫ ଅପହୃତାଙ୍କ ମଧ୍ୟରେ ୨ ନିର୍ବାଚନ ଅଧିକାରୀ ଓ ୩ ପଞ୍ଚାୟତ କର୍ମଚାରୀ ଥିଲେ। ଅପହରଣ କରି କର୍ମଚାରୀଙ୍କୁ ଗୋରା ସେତୁ ପାଖକୁ ନିଆଯାଇଥିଲା।

ସେ କହିଥିଲେ “ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe