ମାଲକାନଗିରି: ଆନ୍ଧ୍ର ଯାଇଥିବା ଦାଦନ ଶ୍ରମିକଙ୍କ କିଡନୀ କାଢ଼ି ନେଲେ

ମାଲକାନଗିରି: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା। ଏପରି ଅଭିଯୋଗ ଆସିଛି ମାଲକାନଗିରିରୁ। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାକୁ ଦାଦନ ଖଟିବାକୁ ଯାଇଥିବା ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କର କିଡନୀ କାଢ଼ି ନିଆଯାଇଥିବା ବେଳେ ବର୍ଷେ ହେବ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ। ଯୁବକ ଦୁଇଜଣ ହେଲେ ଟିଟଙ୍ଗ ଗ୍ରାମର ଇର୍ମା ମାଡ଼କାମୀ ଏବଂ କସା ମାଡ଼କାମୀ। ଏ ନେଇ ସେମାନଙ୍କ ବାପା ସମୁରୁ ମାଡ଼କାମୀ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ୪ଦିନ ମଧ୍ୟରେ ଏହିପରି ୨ଟି ନିର୍ଯାତନା ଘଟଣା […]

malkangiri-dadana

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 01:35 PM IST

ମାଲକାନଗିରି: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା। ଏପରି ଅଭିଯୋଗ ଆସିଛି ମାଲକାନଗିରିରୁ। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାକୁ ଦାଦନ ଖଟିବାକୁ ଯାଇଥିବା ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କର କିଡନୀ କାଢ଼ି ନିଆଯାଇଥିବା ବେଳେ ବର୍ଷେ ହେବ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ। ଯୁବକ ଦୁଇଜଣ ହେଲେ ଟିଟଙ୍ଗ ଗ୍ରାମର ଇର୍ମା ମାଡ଼କାମୀ ଏବଂ କସା ମାଡ଼କାମୀ। ଏ ନେଇ ସେମାନଙ୍କ ବାପା ସମୁରୁ ମାଡ଼କାମୀ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ୪ଦିନ ମଧ୍ୟରେ ଏହିପରି ୨ଟି ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଜିଲ୍ଲାରେ ଦାଦନ ସମସ୍ୟା ଚିନ୍ତା ବଢ଼ାଇ ଦେଇଛି।

ଇର୍ମା ଏବଂ କସା ବିଜୟୱାଡ଼ାରେ ବୋରୱେଲ କାମ କରୁଥିଲେ। ୨୦୧୪ ଏପ୍ରିଲ ମାସରେ କାମ କରୁଥିବା ବେଳେ ଇର୍ମା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ତାଙ୍କ ମଳଦ୍ୱାର ନଷ୍ଟ ହୋଇଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ କୃତ୍ରିମ ମଳଦ୍ୱାର କରାଯାଇଥିଲା। କିଛିଦିନ ଚିକିତ୍ସା ହେବା ପରେ ଠିକାଦାର ତାଙ୍କୁ ୧୦ ହଜାର ଟଙ୍କା ଦେଇ ଘରକୁ ପଠାଇ ଦେଇଥିଲେ।

ସମୁରୁ କହିଛନ୍ତି, “ଇର୍ମା ଘରକୁ ଫେରିବା ପରେ ମଧ୍ୟ ତା’ର ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନ ଥିଲା। ସେ ଗୁରୁତର ହୋଇ ପଡିବାରୁ ବିଜୟୱାଡ଼ାରେ ଚିକିତ୍ସିତ ହୋଇଥିବା ହସ୍ପିଟାଲ ନେଇଥିଲୁ। ସେଠାରେ ଡାକ୍ତର ଆଉ ଗୋଟିଏ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଅର୍ଥାଭାବରୁ ଘରକୁ ନେଇ ଆସିଥିଲୁ। ସ୍ଥାନୀୟ ଡାକ୍ତରଙ୍କ ସହ ଯୋଗାଯୋଗ କରି ଦେଖାଇ ଥିଲୁ। ଡାକ୍ତର ଇର୍ମାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗୋଟିଏ କିଡନୀ ନ ଥିବା ଜଣାପଡିଥିଲା।”

କେବଳ ବଡ଼ପୁଅ ଇର୍ମା ନିର୍ଯାତନାର ଶିକାର ହୋଇ ନାହାନ୍ତି। ଦାଦାନ ଖଟିବାକୁ ସେହି ବିଜୟୱାଡ଼ା ଯାଇଥିବା ସାନପୁଅ କସାର ବର୍ଷେ ହେବ କୌଣସି ସନ୍ଧାନ ମିଳୁ ନ ଥିବା ସମୁରୁ କହିଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି।

ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖରେ ଜଣେ ଦାଦନ ଶ୍ରମିକଙ୍କ ଏକ ଦୃଦୟବିଦାରକ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟି ଥିଲା। ଆନ୍ଧ୍ରପ୍ରଦେଶ ଯାଇ ରୋଗାକ୍ରାନ୍ତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ମାଥିଲି ଥାନା ସିନ୍ଦାବେଡ଼ା ଗାଁର ଡମ୍ବରୁ ମାଢ଼ୀକୁ ଆମ୍ବୁଲାନ୍ସ ଆଣି ଏକ ଗଛମୂଳେ ପକାଇ ଦେଇ ଯାଇଥିଲା। ସେଠାରେ ଦୀର୍ଘ ୧୨ ଘଣ୍ଟା ପଡ଼ି ପଡ଼ି ଶେଷରେ ଡମ୍ବରୁ ଆଖି ବୁଜି ଥିଲେ। ସ୍ଥାନୀୟ ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ନ ଥିବା ବେଳେ ତାଙ୍କ ପୁଅଝିଅ ମଧ୍ୟ ରଖିବାକୁ ଚାହିଁ ନ ଥିଲେ। ଶେଷରେ ଜଣେ ସମ୍ପର୍କୀୟ ମାମୁଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

Related story