Advertisment

‘ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ’

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ। ମାଓବାଦୀଙ୍କ ଧମକ ଯୋଗୁଁ କିଛି ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ ହୋଇ ନାହିଁ।  ଆଇନଶୃଙ୍ଖଳା ପରିସ୍ଥିତି କାରଣରୁ ଆଜି ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି ଏହି  ନିଷ୍ପତ୍ତି ନେଇଛନ୍ତି। ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ଓ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଏବଂ ବିଚ୍ଛିନ୍ନାଞ୍ଚଳର ୯ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏସବୁ ସ୍ଥାନରେ କେବେ ନିର୍ବାଚନ ହେବ ଏନେଇ  ଜିଲ୍ଲାପାଳ […]

ଅଦ୍ୟତନ ହୋଇଛି
କୌଣସି ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ଆସନ ପାଇଁ ସାନି ତାରିଖ

pp-1-2

Advertisment

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ। ମାଓବାଦୀଙ୍କ ଧମକ ଯୋଗୁଁ କିଛି ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ ହୋଇ ନାହିଁ।  ଆଇନଶୃଙ୍ଖଳା ପରିସ୍ଥିତି କାରଣରୁ ଆଜି ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି ଏହି  ନିଷ୍ପତ୍ତି ନେଇଛନ୍ତି।

Advertisment

ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ଓ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଏବଂ ବିଚ୍ଛିନ୍ନାଞ୍ଚଳର ୯ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏସବୁ ସ୍ଥାନରେ କେବେ ନିର୍ବାଚନ ହେବ ଏନେଇ  ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ପରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ।

ଅନ୍ୟପକ୍ଷରେ  ତ୍ରିସ୍ତରୀୟ ପଞ୍ଚାୟତ ନିବାଚନ ପାଇଁ ଆଜି ଚୁଡ଼ାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲି ପ୍ରଚାର ଆରମ୍ଭ ହେବ।

Advertisment

ଜାନୁଆରୀ ୧୩ ତାରିଖରେ ମାଲକାନଗିରିରେ ୫ ଜଣ ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀମାନେ ଅପହରଣ  କରି ନେଇଯାଇଥିଲେ। । ସେମାନଙ୍କୁ ଗୋରା ସେତୁ ନିକଟରେ ୨୨ ଜଣ କ୍ୟାଡର ମାଓବାଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ହଟିଯିବାକୁ ସେମାନଙ୍କୁ ସେଠାରେ କୁହାଯାଇଥିଲା। ପୁଣି ଥରେ ନିର୍ବାଚନ କାମ କଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ସେମାନଙ୍କୁ ଧମକ ଦେଇଥିଲେ। ଏହା ପରେ ସେମାନଙ୍କୁ ସେଠାରୁ ମୁକ୍ତ କରି ଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe