ଚୋରଙ୍କ ଚାଲାକି: ଗଞ୍ଜେଇ ଚାଲାଣର ନୂଆ ତରିକା, ପଢ଼ି ଆପଣଙ୍କର ବି ଉଡ଼ିଯିବ ହୋସ୍‌

<p>[vc_row][vc_column][vc_video link=&quot;: ଟ୍ରକ୍&zwnj;, ବୋଲେରୋ ଓ କାର୍ ଆଦିରେ ଗଞ୍ଜେଇ ଚାଲାଣ ହେବା କିଛି ନୂଆ କଥା ନୁହେଁ। ପ୍ରାୟ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରୁ ଆସେ ଏଭଳି ସୂଚନା। ବସ୍ ଓ ଟ୍ରେନ୍&zwnj;ରେ ବି ଗଞ୍ଜେଇ ଚାଲାଣ ହେବାର ନଜିର ରହିଛି। କିନ୍ତୁ ମାଲକାନଗିରିରେ &nbsp;ଏକ ନୂଆ ତରିକାରେ ହେଉଛି ଗଞ୍ଜେଇ ଚାଲାଣ। ଆଜି ଧରାପଡ଼ିଛି ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀ ଦଳ। ପୁଣି ୫ କି ୧୦ ନୁହଁନ୍ତି ପୂରା ୨୮। ସେମାନଙ୍କ ଗଞ୍ଜେଇ ଚାଲାଣ ତରିକା ବି ଥିଲା ପୂରା ଅଲଗା। ଜଙ୍ଗଲି ରାସ୍ତାରେ ଭାର କରି ବସ୍ତାରେ ସେମାନେ ବୋହି ନେଉ ଥିଲେ ଗଞ୍ଜେଇ। ଉଦ୍ଦେଶ୍ୟ ଥିଲା ଏମିତିରେ ପୋଲିସ୍ ହାତରେ ଧରାପଡ଼ିବେ ନାହିଁ। ହେଲେ ସେମାନଙ୍କ ଏହି ନୂଆ ତରିକା ଫସର ଫାଟି ଯାଇଥିଲା। ଜଙ୍ଗଲ ରାସ୍ତା ଦେଇ ବାହାର ରାଜ୍ୟକୁ ପାର ହୋଇଯିବା ପୂର୍ବରୁ ପୋଲିସ୍ ପାଖରେ ପହଞ୍ଚି ଯାଇଥିଲା ଖବର। ମାଲକାନଗିରି ଏସ୍&zwnj;ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍&zwnj; ମାଥିଲି ଥାନା ବଡ଼ାଗୁଡ଼ା ଜଙ୍ଗଲରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୫୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି। ପୋଲିସ୍ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି। ଏହି ମାଫିଆ ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛି ପୋଲିସ୍।[/vc_column_text][/vc_column][/vc_row]</p>

Ordigital Desk
  • Published: Friday, 19 May 2017
  • Updated: 19 May 2017, 09:52 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos