malkangiri
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଙ୍ଗାନଗୁଡ଼ା ଗାଁ ମୁଖିଆଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପେଣ୍ଟା ମାଡ଼କାମୀ। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପଡ଼ିଆ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ତିନି ଜଣ ବ୍ୟକ୍ତି ପେଣ୍ଟାଙ୍କୁ ଘରୁ ଡାକି ନେଇଥିଲେ। ତା’ପରେ ସେ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିଲା। କିଛି ଗ୍ରାମବାସୀ ତାଙ୍କ ମୃତଦେହକୁ ଦେଖିବା ପରେ ଖବର ଦେଇଥିଲେ।
ପଡ଼ିଆ ପୋଲିସ୍ ଘଟଣାର ତଦନ୍ତ କରୁଛି। ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ୍ କହିବା ମୁତାବକ ପେଣ୍ଟାଙ୍କୁ ମାଓବାଦୀମାନେ ମାରି ନାହାନ୍ତି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଛି। ତେବେ ଶତ୍ରୁତାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/malkangiri.jpg)