Advertisment

ମାଓବାଦୀଙ୍କ ଧମକ ସତ୍ତ୍ୱେ ପ୍ରାର୍ଥିପତ୍ର ଦାଖଲ କଲେ ୧୨ ପ୍ରାର୍ଥୀ

ମାଲକାନଗିରି: ମାଓବାଦୀଙ୍କ ଧମକ ସତ୍ତ୍ୱେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ୧୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୫ଟି ପଞ୍ଚାୟତରେ ଏହି ନାମାଙ୍କନପତ୍ର ଦାଖଲ କରାଯାଉଛି। ସବୁ ନାମାଙ୍କନପତ୍ର ସମିତିସଭ୍ୟ ପାଇଁ କରାଯାଇଛି। ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ନ ହେବାକୁ ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଚେତାବନୀ ଦେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଲେ ମୃତ୍ୟୁଦଣ୍ଡ ଓ ଭୋଟ ଦେଲେ ଆଙ୍ଗିଳି କାଟି ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଥିଲେ। ଫଳରେ ଏହି ୫ଟି ପଞ୍ଚାୟତକୁ ଛାଡି […]

ଅଦ୍ୟତନ ହୋଇଛି
ମାଓବାଦୀଙ୍କ ଧମକ ସତ୍ତ୍ୱେ ପ୍ରାର୍ଥିପତ୍ର ଦାଖଲ କଲେ ୧୨ ପ୍ରାର୍ଥୀ

state election

Advertisment

ମାଲକାନଗିରି: ମାଓବାଦୀଙ୍କ ଧମକ ସତ୍ତ୍ୱେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ୧୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୫ଟି ପଞ୍ଚାୟତରେ ଏହି ନାମାଙ୍କନପତ୍ର ଦାଖଲ କରାଯାଉଛି। ସବୁ ନାମାଙ୍କନପତ୍ର ସମିତିସଭ୍ୟ ପାଇଁ କରାଯାଇଛି।

Advertisment

ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ନ ହେବାକୁ ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଚେତାବନୀ ଦେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଲେ ମୃତ୍ୟୁଦଣ୍ଡ ଓ ଭୋଟ ଦେଲେ ଆଙ୍ଗିଳି କାଟି ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଥିଲେ। ଫଳରେ ଏହି ୫ଟି ପଞ୍ଚାୟତକୁ ଛାଡି ବିଚ୍ଛିନ୍ନାଞ୍ଚଳରେ ଅନ୍ୟ କୌଣସି ଠାରେ କେହି ବି ନାମାଙ୍କନପତ୍ର ଦାଖଲ କରିନାହାନ୍ତି।

ଏପରିକି ବିଚ୍ଛିନ୍ନାଞ୍ଚଳକୁ ଯାଇଥିବା ୫ ଜଣ ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇ ଚେତାବନୀ ଦେବା ପରେ ଛାଡି ଦେଇଥିବା ଅଭିଯୋଗ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe