/odisha-reporter/media/post_attachments/uploads/2018/05/Masala-Rutti.jpg)
Masala Rutti
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁବେଳେ ତ ଆମେ ଘରେ ରୁଟି ତିଆରି କରି ଖାଉଛନ୍ତି। ସବୁବେଳେ ଗୋଟିଏ ଖାଦ୍ୟ ଖାଇଲେ ବେଳେବେଳେ ଅରୁଚି ବୋଧ ହୋଇଥାଏ। ସେଥିପାଇଁ ଆମେ ସମସ୍ତେ ସୁବିଧା ଦେଖି ନିଜର ଖାଦ୍ୟ ରୁଚି ବଦଳାଇବା ଉଚିତ। କିନ୍ତୁ ନିଜର ଆର୍ଥିକ ସମସ୍ୟାକୁ ଦେଖିଲେ ଭଲ ଓ ଦାମିକା ଖାଦ୍ୟ ଖାଇବା ସମ୍ଭବ ହୁଏନି। କିନ୍ତୁ ଆମେ ଟିକିଏ ଚେଷ୍ଟା କଲେ, ସେଇ ସମାନ ଜିନିଷପତ୍ରରେ ନୂଆ ଆଇଟମ୍ ଘରେ ତିଆରି କରିପାରିବା। ଆଜି ଆସନ୍ତୁ ଘରେ ତିଆରି କରିବା ‘ମସଲା ରୁଟି’। ଆପଣ ଭାବୁଥିବେ, ରୁଟି ତ ରୁଟି ପୁଣି ମସଲା ରୁଟି କ’ଣ? ପଢ଼ନ୍ତୁ କେମିତି ଏହାକୁ ତିଆରି କରିବେ ଘରେ।
ଆବଶ୍ୟକ ସାମଗ୍ରୀ:ଅଟା, କିଛି ରନ୍ଧା ଭାତ, ଜିରା, କଟା ପିଆଜ, ଅଦା ରସୁଣ ବଟନା, କଟା କଞ୍ଚାଲଙ୍କା, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, କଟା ଧନିଆ ପତ୍ର ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଅଟାରେ ସାମାନ୍ୟ ତେଲ, ଆବଶ୍ୟକ ଲୁଣ ଓ ପାଣି ମିଶାଇ ତାକୁ ଚକଟନ୍ତୁ। ଭଲକରି ଚକଟିବା ପରେ ସେଥିରୁ ଗୁଳା ତିଆରି କରନ୍ତୁ। ଏହାପରେ ତାୱାରେ ତେଲ ପକାଇ ତାହା ଗରମ ହେଲା ପରେ ସେଥିଲେ ଜିରା ପକାନ୍ତୁ। ଜିରା ଫୁଟି ସାରିଲେ କଟା ପିଆଜ ପକାଇ ତାକୁ କଷି ଦିଅନ୍ତୁ। ଭଲକରି ଲକ୍ଷ୍ୟ କରୁଥିବେ, ପିଆଜିର ରଙ୍ଗ ବଦଳି ଆସିଲେ ସେଥିରେ ଅଦା ରସୁଣ ବଟା, କଟା କଞ୍ଚାଲଙ୍କା, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ଏବଂ ଲୁଣ ପକାଇ ଘାଣ୍ଟି ନିଅନ୍ତୁ। ଏହାପରେ ରନ୍ଧା ଭାତ ଏଥିରେ ପକାଇ କଷନ୍ତୁ। ଧନିଆ ପତ୍ର କଟା ପକାଇ ଚୁଲିରୁ ଓହ୍ଲାଇ ଆଣି ଥଣଡା କରନ୍ତୁ।
ଏହାପରେ ଅଟା ଗୋଲାକୁ ସାମାନ୍ୟ ଚଟକା କରି ସେଥିରେ ମସଲା ଭାତକୁ ପୂର ଭାବେ ଦିଅନ୍ତୁ ଓ ଚାରିଦିଗରୁ ବନ୍ଦୁ କରି ଭିତରେ ପୂରାଇ ଦିଅନ୍ତୁ। ରୁଟି ଭଳି ଏହି ଗୋଲାକୁ ବେଲି ଗରମ ତାୱାରେ ସାମାନ୍ୟ ତେଲ ପକାଇ ଉଭୟ ପାଖ ସେକି ଦିଅନ୍ତୁ। ଏହାପରେ ଗରମ ଅବସ୍ଥାରେ ଖାଇବାକୁ ଦିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
