- Videos
- Special
- ଉଦ୍ଘାଟନକୁ ମାସେ ବିତିଲା: ଏବେ ବି ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଝୁଲୁଛି ତାଲା
ଉଦ୍ଘାଟନକୁ ମାସେ ବିତିଲା: ଏବେ ବି ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଝୁଲୁଛି ତାଲା
- Published: Monday, 16 October 2017
- , Updated: 16 October 2017, 09:14 AM IST
<p>ରାଜଗାଙ୍ଗପୁର: ରାଜଗାଙ୍ଗପୁର ସିଏଚ୍‌ସିରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ ହୋଇଗଲା ସତ, ହେଲେ ଏହା ଲୋକଙ୍କ କାମରେ ଆସୁନାହିଁ। କାରଣ ଉଦ୍‌ଘାଟନକୁ ମାସେ ବିତି ଯାଇଥିଲେ ମଧ୍ୟ ଏବେ ବି ଏଥିରେ ତାଲା ଝୁଲୁଛି।</p>
<p>୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମୀତ ୬୦ ଶଯ୍ୟାର ଏହି ୩ ମହଲା କୋଠାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ। ମନ୍ତ୍ରୀ ଆସିଲେ ଓ ଉଦ୍‌ଘାଟନ କରି ଚାଲିଗଲେ। ହେଲେ ଏହା କିପରି ଚାଲିଛି ତାହା ବୁଝିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନଥିବା ଅଭିଯୋଗ ହେଉଛି। ଫଳରେ ଚିକିତ୍ସା ପାଇଁ ଏଠାକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।</p>
<p>ସେହିପରି ଚିକିତ୍ସାଳୟରେ ଆହୁରି ମଧ୍ୟ ଏକାଧିକ ସମସ୍ୟା ରହିଛି। ଏଠାରେ କୌଣସି ଡାକ୍ତର ନାହାଁନ୍ତି, ଔଷଧ ମିଳୁନାହିଁ କି କୌଣସି ଯନ୍ତ୍ରାଂଶ ଉପଲବ୍ଧ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।</p>
<p>ଡାକ୍ତର ଅଭାବ ଯୋଗୁଁ ରାଜ୍ୟରେ ମେଡିକାଲ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସ୍ଥାନୀୟ ବିଧାୟକ ମଙ୍ଗଳା କିଶାନ କହିଛନ୍ତି।</p>