Advertisment

ଫେଲ୍‌ ମାରିଲା ପିଲାଙ୍କ ଦାନା ମାରିବା ଚାଲ୍‌: ୫୦୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଚାଉଳ ଯୋଗାଉଛନ୍ତି। ହେଲେ କିଛି ଅସାମାଜିକ ବ୍ୟକ୍ତି ଏହି ଚାଉଳକୁ ହଡ଼ପ କରି ନିଜ ପକେଟ୍‌ ଫୁଲ କରୁଛନ୍ତି। ଏପରି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ। ପିଲାଙ୍କ ଦାନା ମାରିବାକୁ ହେଉଥିବା ଏକ ବଡ଼ ଧରଣର ଉଦ୍ୟମ ଏଠାରେ ବିଫଳ ହୋଇଯାଇଛି।

ଘଟଣାଟି ଘଟିଛି ଡେରାବିସ ବ୍ଲକ ଅଞ୍ଚଳରେ। ଠାକୁରହାଟରେ ଥିବା ଏକ ଗୋଦାମରୁ ପୋଲିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ୫୦୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ କରିଛି। ଏହି ଚାଉଳ ହଡ଼ପ କରାଯାଇ ଗୋଦାମରେ ରଖାଯାଇଥିବା ଅଭିଯୋଗ ହେବା ପରେ ପୋଲିସ୍‌ ଚଢାଉ କରିଥିଲା।

ଏହି ଘଟଣାରେ ପୋଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୋଲିସ୍‌ ରିପୋର୍ଟ ମାଗିଛି। ଶନିବାର ରାତିରୁ ଗୋଦାମରେ ଏହି ଚାଉଳ ରଖାଯାଇଥିଲା ବୋଲି ଡିଇଓ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe