ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରୁ ୩ ଶହରୁ ଅଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କଣ୍ଟାବାଂଜି ଷ୍ଟେସନ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଏହି ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା।
Advertisment
ଚଳିତବର୍ଷ ଅଞ୍ଚଳରେ ମରୁଡ଼ି ହୋଇଥିବାରୁ ଲୋକଙ୍କ ପାଖରେ ଖାଇବାକୁ ନାହିଁ କି କାମଧନ୍ଦା ନାହିଁ। ତେଣୁ ବାହାର ରାଜ୍ୟକୁ ସେମାନେ ଦାଦନ ଖଟିବା ଲାଗି ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ,ଗତ ତିନିଦିନ ତଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୭୦ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
